fbpx
BSKY
BJD MC SKY
BJD YOUTH SKY

OUATର ପୂର୍ବତନ କୁଳପତି DP ରାୟଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର ପୂର୍ବତନ କୁଳପତିଙ୍କ ଦେହାନ୍ତ ହୋଇଛି । ପ୍ରଫେସର ଦେବି ପ୍ରସାଦ ରାୟ ଆଜି ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ପୂର୍ବରୁ ଶ୍ରୀ ରାୟ ଓୟୁଏଟିର କୁଳପତି ଦାୟିତ୍ୱରେ ରହିଥିବା ବେଳେ ମୃତ୍ୟୁ ପୂର୍ବରୁ ଶିକ୍ଷା ଓ ଅନୁସନ୍ଧାନ ୟୁନିଭରସିଟି (ସୋଆ)ର କୁଳାଧିପତି ଭାବେ କାର୍ଯ୍ୟ କରୁଥିଲେ ।

ତେବେ ପ୍ରଫେସର ରାୟଙ୍କ ମୃତ୍ୟୁ ପରେ ସୋଆ ପକ୍ଷରୁ ଅମର ଆତ୍ମାର ସଦଗତି କାମନା କରାଯାଇଛି । ସେ ରାଧାନୀର ଆଇଏମଏସ ଓ ସମ୍ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ଜଣାପଡ଼ିଛି । ଆଜି ଦିନ ୧୧.୩୬ ସମୟରେ ସେ ଇହଧାମ ସମ୍ବରଣ କରିଥିଲେ । ତେବେ ଶ୍ରୀ ରାୟଙ୍କ ଭଳି ଜଣେ ଅଭିଜ୍ଞ ଶିକ୍ଷାବିତଙ୍କ ସ୍ଥାନ ସର୍ବଦା ଅପୂରଣୀୟ ହୋଇ ରହିବ । ଶ୍ରୀ ରାୟଙ୍କ ମୃତ୍ୟୁରେ ତାଙ୍କର ହଜାର ହଜାର ଶିଷ୍ୟ, ବନ୍ଧୁ, ଶୁଭେଚ୍ଛୁମାନେ ଶୋକବ୍ୟକ୍ତ କରିଛନ୍ତି ।

ମୃତ୍ୟୁବେଳକୁ ଶ୍ରୀ ରାୟଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ଗତବର୍ଷ ମାର୍ଚ୍ଚ ମାସ ୧ ତାରିଖରେ ସେ ସୋଆର କୁଳାଧିପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ସେ ଜଣେ ବିଶିଷ୍ଟ ଉଦ୍ୟାନ କୃଷି ବୈଜ୍ଞାନିକମାନେ ବେଶ୍ ଜଣାଶୁଣା ଥିଲେ । ସେ ଗତ ୧୯୭୧ରେ ଓୟୁଏଟିରୁ ଏଗ୍ରିକଲଚରରେ ବି.ଏସସି ପାସ କରିବା ସହ କୋଲକତା ୟୁନିଭରସିଟିରୁ ଏଗ୍ରିକଲଚରରେ ଏମ.ଏସସି ଓ ୧୯୮୧ରେ ପିଏଚ.ଡି ଡିଗ୍ରୀ ହାସଲ କରିଥିଲେ ।

Get real time updates directly on you device, subscribe now.