fbpx
BJD SKY
BJD SKY

ଜାତିସଂଘ ମୁଖ୍ୟାଳୟରେ ଲାଇଭ ଚାଲିବ ‘ମନ କି ବାତ୍‌ @ ୧୦୦’ , ଐତିହାସିକ ମୁହୂର୍ତ୍ତ ପାଇଁ ଶୁଭେଚ୍ଛା ଜଣାଇଲେ ବିଲ ଗେଟ୍ସ

BJD

ନୂଆଦିଲ୍ଲୀ : ଦେଶ ନୁହେଁ, ବିଦେଶରେ ମୋଦୀଙ୍କ ରେଡିଓ ଲାଇଭ୍ ଶୁଣାଯିବ । ମିଳିତ ଜାତିସଂଘ ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ କି ବାତର ୧୦୦ ତମ ଧାରା ପ୍ରସାରିତ ହେବ। ଶୋ’ର ୧୦୦ ତମ ଏପିସୋଡ୍ ୩୦ ଏପ୍ରିଲ ରବିବାର ଦିନ ୧୧ଟା ପ୍ରସାରିତ ହେବ । ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସ ମଧ୍ୟ ଏହି ବିଶେଷ ମୁହୂର୍ତ୍ତ ପାଇଁ ପିଏମ ମୋଦୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସେ ଟ୍ୱିଟ୍ କରି କହିଛନ୍ତି- ମାନ କି ବାତ୍ କାର୍ଯ୍ୟକ୍ରମରେ ମୋଦୀ ମହିଳାମାନଙ୍କୁ ଅର୍ଥନୀତି, ସଶକ୍ତିକରଣ, ସ୍ୱାସ୍ଥ୍ୟ, ସ୍ୱଚ୍ଛତା ଏବଂ ଅନ୍ୟାନ୍ୟ ପ୍ରସଙ୍ଗର ବିକାଶ କ୍ଷେତ୍ରରେ ସଚେତନ କରାଇଛନ୍ତି।

ଏହି ଐତିହାସିକ ମୁହୂର୍ତ୍ତ ପାଇଁ ଜାତିସଂଘ ପକ୍ଷରୁ ଏକ ଟୁଇଟ୍‌ରେ କୁହାଯାଇଛି ଯେ, “ଏକ ଐତିହାସିକ ମୁହୂର୍ତ୍ତ ପାଇଁ ପ୍ରସ୍ତୁତ ରୁହନ୍ତୁ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନ କି ବାଟ୍ କାର୍ଯ୍ୟକ୍ରମର ୧୦୦ ତମ ଏପିସୋଡ୍ @UN ମୁଖ୍ୟାଳୟରେ ଟ୍ରଷ୍ଟିସିପ୍ କାଉନସିଲ୍ ଚାମ୍ବରରେ ସିଧା ପ୍ରସାରଣ ହେବ।”

 

ସେହିପରି ଆସନ୍ତାକାଲି ନ୍ୟୁୟର୍କ ରେ ମଧ୍ୟ ଦିନ ୧୧ଟାରେ ସିଧା ପ୍ରସାରଣ ହେବ ।

ମନ କି ବାତ୍ ରେଡିଓ କାର୍ଯ୍ୟକ୍ରମରେ ପିଏମ ମୋଦୀ ବିଭିନ୍ନ ପ୍ରସଙ୍ଗରେ ସାଧାରଣ ଲୋକଙ୍କ ସହ ଯୋଗାଯୋଗ କରନ୍ତି। ଏହି କାର୍ଯ୍ୟକ୍ରମର ପ୍ରଥମେ ଏପସୋଡ୍ ୩ ଅକ୍ଟୋବର ୨୦୧୪ ରେ ପ୍ରସାରିତ ହୋଇଥିଲା । ଏହା ପ୍ରତ୍ୟେକ ମାସର ଶେଷ ରବିବାରରେ ଅଲ ଇଣ୍ଡିଆ ରେଡିଓ ଏବଂ ଦୂରଦର୍ଶନରେ ପ୍ରସାରିତ ହୁଏ ।

Get real time updates directly on you device, subscribe now.