fbpx

ଆନ୍ଧ୍ର ମୁହଁ ବାତ୍ୟା ‘ଅସାନି’: ଆଜି ପରୀକ୍ଷା ସ୍ଥଗିତ ରଖିଲା ବୋର୍ଡ

ଭୁବନେଶ୍ୱର: ଭୀଷଣ ବାତ୍ୟା ‘ଅସାନି’ ଦୁର୍ବଳ ହୋଇ ଏବେ ବାତ୍ୟାରେ ପରିଣତ ହୋଇଛି । ଘଣ୍ଟାକୁ ୧୨ କିଲୋମିଟର ବେଗରେ ଆନ୍ଧ୍ରମୁହାଁ ହୋଇଛି ବାତ୍ୟା ‘ଅସାନି’ । ଖୁବଶୀଘ୍ର ଉତ୍ତର-ଉତ୍ତରପୂର୍ବ ଦିଗରେ କରିବ ରି-କର୍ଭ । ଏହା ପ୍ରଭାବରେ କାଲି ପର୍ଯ୍ୟନ୍ତ ଓଡ଼ିଶାର ୮ ଜିଲ୍ଲାରେ ବର୍ଷା ହେବ ବୋଲି ଆଶଙ୍କା କରାଯାଉଛି । କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କଟକ, ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ଅନ୍ୟପଟେ ଆନ୍ଧ୍ରପ୍ରଦେଶରେ ଆଜି ହେବାକୁ ଥିବା ପରୀକ୍ଷା ସ୍ଥଗିତ ହୋଇଛି । ବୋର୍ଡ ଅଫ୍ ଇଣ୍ଟରମିଡିଏଟ୍ ଏଜୁକେସନର ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ବାତ୍ୟା ‘ଅସାନି’କୁ ଦୃଷ୍ଟିରେ ରଖି ପରୀକ୍ଷା ସ୍ଥଗିତ ରଖିଛି ବୋର୍ଡ । ଆଜି ହେବାକୁ ଥିବା ପରୀକ୍ଷା ୨୫ ତାରିଖକୁ ଘୁଞ୍ଚିଛି । କିନ୍ତୁ ଆସନ୍ତାକାଲିଠାରୁ ହେବାକୁ ଥିବା ପରୀକ୍ଷା ପରିବର୍ତ୍ତିନ ହେବନାହିଁ ।

ସେହପରି ବାତ୍ୟା ‘ଅସାନି’କୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲ୍ଲା ପ୍ରଶାସନ ଛୁଟି ନିଷ୍ପତ୍ତି ନେଇଛି । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ମାଲକାନଗିରି ଜିଲ୍ଲାପାଳ । ଆଜି ମାଲକାନଗିରିର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ଘୋଷଣା ହୋଇଛି ।

Get real time updates directly on you device, subscribe now.