fbpx

BSNL, Jio, Airtelର ଚମକକୁ ଫିକା ପକାଇଲା ଏହି କମ୍ପନୀ, ୩ ମାସ ଯାଏଁ ମାଗଣାରେ ଦେଉଛି ହାଇ ସ୍ପିଡ ଇଣ୍ଟରନେଟ

ନୂଆଦିଲ୍ଲୀ: BSNL, Jio, Airtelଙ୍କୁ ଟକ୍କର ଦେବାକୁ ଆଉ ଏକ କମ୍ପାନୀ ବଜାରକୁ ପାଦଥାପିଛି। ଏହି କମ୍ପାନୀଟି ହେଉଛି Excitel। Excitel ୟୁଜର୍ସଙ୍କ ପାଇଁ ଦମଦାର ଫିଚର ଜାରି କରିଛି। ବ୍ରୋଡବ୍ୟାଣ୍ଡ ଇଣ୍ଟରନେଟ ସର୍ଭିସ ପ୍ରୋଭାଇଡର ନିଜ ୟୁଜର୍ସଙ୍କୁ ୩ ମାସ ପର୍ଯ୍ୟନ୍ତ ଫ୍ରିରେ ଇଣ୍ଟରନେଟ ଅଫର କରୁଛି। ୟୁଜର୍ସଙ୍କୁ Excitel ପର୍ଯ୍ୟନ୍ତ ସ୍ପିଡରେ ଇଣ୍ଟରନେଟ ସର୍ଭିସକୁ ଜାରି କରାଯିବ। ଯଦି ଆପଣ ନିଜ ଘରେ ବ୍ରୋଡବ୍ୟାଣ୍ଡ ଇଣ୍ଟରନେଟ ଲଗାଇବାକୁ ଚାହୁଁଛନ୍ତି ତେବେ Excitel ର ଏହି ଅଫର ଆପଣଙ୍କ ପାଇଁ ଲାଭଦାୟକ ହୋଇପାରିବ। ଆସନ୍ତୁ ଜାଣିବା Excitelର ଏହି ଶସ୍ତା ଇଣ୍ଟରନେଟ ଅଫର ବିଷୟରେ..

Excitel ସେଲର ଘୋଷଣା କରିଛି, ଯେଉଁଥିରେ ୟୁଜର୍ସଙ୍କୁ ୩ ମାସ ପର୍ଯ୍ୟନ୍ତ ଫ୍ରି ଇଣ୍ଟରନେଟ ଘୋଷଣା କରିଛି। କମ୍ପାନୀ ୟୁଜର୍ସଙ୍କୁ ୯ ମାସର ପ୍ଲାନ ସହ ରିଚାର୍ଜ କରିବାକୁ ୩ ମାସ ପର୍ଯ୍ୟନ୍ତ ଫ୍ରି ଇଣ୍ଟରନେଟ ଦେବାକୁ ପ୍ରତିଜ୍ଞା କରିଛି। କମ୍ପନୀ ଏହି ପ୍ଲାନରେ ଫ୍ରିରେ ୧୮ ଓଟିଟି ଷ୍ଟ୍ରିମିଙ୍ଗ ଆପ୍ସର ସବସ୍କ୍ରିପସନ ମଧ୍ୟ ଅଫର କରୁଛି। ଏହା ବ୍ୟତୀତ ୟୁଜର୍ସଙ୍କୁ ୧୫୦ ଲାଇଭ ଚ୍ୟାନେଲ୍ସର ମଧ୍ୟ ଆକ୍ସେସ ଦିଆଯିବ।

Excitel ଏହି ପ୍ଲାନ ପାଇଁ ୟୁଜର୍ସଙ୍କୁ ପ୍ରତି ମାସରେ ୪୯୯ ଟଙ୍କା ରିଚାର୍ଜ କରିବାକୁ ହେବ ଏବଂ ୩୦୦ଏମବିପିଏସ ପର୍ଯ୍ୟନ୍ତ ଇଣ୍ଟରନେଟ ସ୍ପିଡ ଅଫର କରାଯିବ। ୯ ମାସ ପୂରଣ ହେବା ପରେ ୟୁଜର୍ସଙ୍କୁ ୩ ମାସର ଫ୍ରି ଇଣ୍ଟରନେଟ ଆକ୍ସେସ ଦିଆଯିବ। Excitel ନିଜ ୟୁଜର୍ସଙ୍କୁ ଲିଡିଙ୍ଗ ଓଟିଟି ଆପ୍ସ ଭଳି Amazon Prime Video, Disney+ hotstar, Sony Liv, Alt Balaji ଆଦିର ସବସ୍କ୍ରିପ୍ସନ ଅଫର କରୁଛି। କମ୍ପାନୀର ବ୍ରୋଡବ୍ୟାଣ୍ଡ ସର୍ଭିସ ଦିଲ୍ଲୀ ସମେତ ଦେଶର ଅନେକ ବଡ଼ ସହରଗୁଡିକରେ ଉପଲବ୍ଧ ଅଛି।

Get real time updates directly on you device, subscribe now.