fbpx

ବଜାରରୁ ୭ NBFC କମ୍ପାନୀଙ୍କ Exit, RBIକୁ ଫେରସ୍ତ କଲେ ରେଜିଷ୍ଟ୍ରେସନ ସାର୍ଟିଫିକେଟ

ନୂଆଦିଲ୍ଲୀ: L&T ଫାଇନାନ୍ସ , L&T ଇନଫ୍ରା କ୍ରେଡିଟ୍ ସହ ୫ଟି ଘଈୠଉ କମ୍ପାନୀଗୁଡ଼ିକ ନିଜ ରେଜିଷ୍ଟ୍ରେସନ ସାର୍ଟିଫିକେଟ ଭାରତୀୟ ରିଜର୍ଭ ବ୍ୟାଙ୍କ(RBI)କୁ ଫେରସ୍ତ କରିଛନ୍ତି । ମର୍ଜର, ଡିଜଲୁ୍ୟସନ୍ ଏବଂ ନିଜ କାର୍ଯ୍ୟ କରିବାରେ ଅସମର୍ଥ ଥିବାରୁ ଅସ୍ତିତ୍ୱରେ ନାହାଁନ୍ତି । ଏଭଳି ପରିସ୍ଥିତିରେ ସେମାନଙ୍କ ରେଜିଷ୍ଟ୍ରେସନକୁ ବାତିଲ କରିଛି RBI । ବର୍ତ୍ତମାନ NBFC ଅଣ ବ୍ୟାଙ୍କି ଫାଇନାନ୍ସ ସଂସ୍ଥା ଭାବେ କାର୍ଯ୍ୟ କରିପାରିବ ନାହିଁ । ଏହା ସହ RBI ୱେବସାଇଟରେ ଥିବା ତାଲିକାରୁ NBFC ର ନାମ ହଟାଇଦେବ ।

ମରୁଧର ଫୁଡ୍ ଆଣ୍ଡ କ୍ରେଡିଟ୍ ଲିମିଟେଡ୍, କ୍ରିଏଟିଭ୍ ଇଣ୍ଟ୍ରା ଲିମିଟେଡ୍, ଜିନୱାନୀ ଟ୍ରେଡିଂ ଆଣ୍ଡ୍ ଇନଭେଷ୍ଟମେଣ୍ଟ କମ୍ପାନୀ, ମଞ୍ଜୁଶ୍ରୀ ଫିନ୍କ୍ୟାପ୍ ଏବଂ ଶ୍ରୁତି ଫାଇନାନସିଆଲ ସର୍ଭିସେସ୍ କମ୍ପାନୀ ନିଜ ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ RBI କୁ ଫେରସ୍ତ କରିଛନ୍ତି । କହିରଖୁଛୁ NBFC ର ରେଜିଷ୍ଟ୍ରେସନ୍ ବାତିଲ ହେବାର ସୂଚନା ଜଈଓ ୱେବସାଇଟ୍ ଏବଂ ଅନ୍ୟ ମାଧ୍ୟମରେ ପ୍ରକାଶିତ କରିଥାଏ । ଯଦି କୌଣସି NBFCନିଜ ଋଣଦାତାଙ୍କୁ ପେମେଣ୍ଟ କରିବାରେ ଅସମର୍ଥ ଥାନ୍ତି ତେବେ RBI ଆଇନଗତ କାର୍ଯ୍ୟାନୁଷ୍ଠାନ ନେଇପାରିବ ।

ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ ଫେରସ୍ତ କରିବାର ୩ଟି ମୁଖ୍ୟ କାରଣ

– ମର୍ଜର କିମ୍ବା ଟେକ୍ଓଭର: କୌଣସି NBFC କମ୍ପାନୀ ଅନ୍ୟ NBFC କମ୍ପାନୀ ସହ ମର୍ଜର(ମିଶ୍ରଣ) ସ୍ଥିତିରେ ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ ଫେରସ୍ତ କରିପାରିବେ ।
– ଆର୍ଥିକ ସଂକଟ: ଯଦି କୌଣସି NBFC କମ୍ପାନୀ ନିଜ ଋଣଦାତାଙ୍କୁ ପେମେଣ୍ଟ କରିବାରେ ଅସମର୍ଥ ହୋଇଥାଏ ।
– NBFC ଭାବରେ କମ୍ପାନୀ ସ୍ୱୟଂ କାର୍ଯ୍ୟ କରିବାରେ ଅସମର୍ଥ ହେବା ସ୍ଥିତିରେ ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ ଫେରସ୍ତ କରିପାରିବେ ।

Get real time updates directly on you device, subscribe now.