fbpx

Exit Polls ; ତ୍ରିପୁରା ଏବଂ ନାଗାଲାଣ୍ଡରେ କ୍ଷମତାକୁ ଆସିପାରେ ବିଜେପି, ମେଘାଳୟରେ ଶାସକ ଦଳ ଜିତିବା ସମ୍ଭାବାନା

ନୂଆଦିଲ୍ଲୀ : ଆଜି ଉତ୍ତର-ପୂର୍ବ ରାଜ୍ୟ ମେଘାଳୟ ଏବଂ ନାଗାଲାଣ୍ଡରେ ବିଧାନସଭା ନିର୍ବାଚନ ଶେଷ ହୋଇଛି। ଫେବୃଆରୀ ୧୬ ରେ ତ୍ରିପୁରାରେ ମତଦାନ ଅନୁଷ୍ଠିତ ହୋଇଥିଲା। ମାର୍ଚ୍ଚ ୨ରେ ଏହି ତିନୋଟି ରାଜ୍ୟର ଫଳାଫଳ ପ୍ରକାଶ ପାଇବ। କିନ୍ତୁ ଏହାପୂର୍ବରୁ ଏହି ତିନୋଟି ରାଜ୍ୟରେ କିଏ ଜିତିବାର ସମ୍ଭାବନା ରହିଛି ତାହାକୁ ନେଇ ଏକଜିଟ୍ ପୋଲରୁ ଜଣାପଡୁଛି ।

ଏକଜିଟ୍ ପୋଲର ଆକଳନ ଅନୁଯାୟୀ , ଉତ୍ତର-ପୂର୍ବ ରାଜ୍ୟ ତ୍ରିପୁରାରେ ବିଜେପି ପୁଣି ସରକାର ଗଢିପାରେ ବୋଲି ଆଶା କରାଯାଉଛି। ରାଜ୍ୟର ମୋଟ ୬୦ ଟି ସିଟ୍ ମଧ୍ୟରୁ ବିଜେପି ଖାତାକୁ ୩୬ ରୁ ୪୫ଟି ସିଟ୍ ଆସିବ ବୋଲି ଆକଳନ କରାଯାଇଛି। ଯାହା ୪୫ ପ୍ରତିଶତ ଏକଜିଟ୍ । ସର୍ଭେ ଅନୁଯାୟୀ ବିଜେପି ବହୁ ସଂଖ୍ୟାରେ ହାସଲ କରିବାକୁ ଯାଉଥିବାବେଳେ ସିପିଏମ୍-କଂଗ୍ରେସ ଗଠବନ୍ଧନକୁ ମାତ୍ର ୬ ରୁ ୧୧ ଟି ସିଟ୍ ମିଳିବ ବୋଲି ଆଶା କରାଯାଉଛି। ଏହି ଗଠବନ୍ଧନର ବଡ ସଫଳତା ନୂତନ ପାର୍ଟି ତ୍ରିପୁରା ମୋଥାକୁ ମିଳିପାରେ ବୋଲି ଆଲୋଚନା କରାଯାଉଛି । ଏକଜିଟ୍ ପୋଲ୍ ଅନୁଯାୟୀ ତ୍ରିପୁରା ମୋଥା ପାର୍ଟିକୁ ୯ ରୁ ୧୬ ଟି ସିଟ୍ ମିଳିପାରେ ।

ଏକଜିଟ୍ ପୋଲ୍ ତଥ୍ୟ ଅନୁଯାୟୀ, ନାଗାଲାଣ୍ଡ ବିଧାନସଭା ନିର୍ବାଚନରେ ବିଜେପି କୁ ୩୫-୪୩ ସିଟ୍, ଏନଏଫପି କୁ ୨-୫, ଏଏନ୍‌ପି କୁ ୦-୧, କଂଗ୍ରେସ କୁ ୧-୩ ଏବଂ ଅନ୍ୟାନ୍ୟ ୬-୧୧ ସିଟ୍ ଜିତିଥିବାର ଆଶା କରାଯାଉଛି ।

ମେଘାଳୟ ବିଧାନସଭା ନିର୍ବାଚନରେ ଏକଜିଟ୍ ପୋଲରେ ଶାସକ ଏନପିପି କୁ୨୧-୨୬ ସିଟ୍, ଟିଏମସି କୁ ୮-୧୩, ବିଜେପି କୁ ୬-୧୧, କଂଗ୍ରେସ କୁ ୩-୬ ସିଟ୍ ଏବଂ ଅନ୍ୟାନ୍ୟ ୧୦-୧୯ ସିଟ୍ ଜିତିବ ବୋଲି ଆକଳନ କରାଯାଇଛି।

ଉଲ୍ଲେଖଯୋଗ୍ୟ, ଗୁଜୁରାଟ, ଉତ୍ତରପ୍ରଦେଶ ଏବଂ କର୍ଣ୍ଣାଟକ ଭଳି ତ୍ରିପୁରାରେ ବିଜେପି ମୁଖ୍ୟମନ୍ତ୍ରୀଙ୍କୁ ବଦଳାଇ ଦେଇଥିଲା। ପ୍ରାୟ ଦୁଇ ବର୍ଷ ପୂର୍ବେ ବିପ୍ଲାବ ଦେବଙ୍କୁ ସିଏମ ପଦରୁ ହଟାଇ ଦିଆଯାଇଥିଲା ଏବଂ ମାଣିକ ସାହାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା। ସର୍ଭେ ଅନୁଯାୟୀ ୨୭ ପ୍ରତିଶତ ଲୋକ ମାଣିକ ସାହାଙ୍କୁ ସିଏମ ଭାବରେ ପସନ୍ଦ କରିଛନ୍ତି। ଜନସାଧାରଣଙ୍କ ପସନ୍ଦ ଦୃଷ୍ଟିରୁ ସେ ଏକ ନମ୍ବର ସ୍ଥାନରେ ରହିଛନ୍ତି।

Get real time updates directly on you device, subscribe now.