fbpx
BJD SKY
BJD SKY

ଏଲପିଜି ସିଲିଣ୍ଡର୍ ଶସ୍ତା ହେବା ଆଶା ମଉଳିଲା, ଏତିକି ଟଙ୍କା ବଢ଼ିଲା…

BJD

ନୂଆଦିଲ୍ଲୀ: ଚଳିତ ମାସରେ ଏଲପିଜି ସିଲିଣ୍ଡର ଶସ୍ତା ହେବା ଆଶା ମଉଳିଛି । ଗ୍ୟାସ ସିଲିଣ୍ଡର ଆଜି ୧୦୦ ଟଙ୍କା ମହଙ୍ଗା ହୋଇଯାଇଛି । ଆସନ୍ତା ବର୍ଷ ଉତ୍ତରପ୍ରଦେଶ, ପଞ୍ଜାବ ସମେତ ୟ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ମୋଦୀ ସରକାର ପେଟ୍ରୋଲ ଏବଂ ଡିଜେଲ ଭଳି ଗ୍ୟାସକୁ ମଧ୍ୟ ଶସ୍ତା କରିପାରନ୍ତି । ତେବେ ଆଶ୍ୱସ୍ତିକର କଥା ହେଉଛି ଏହି ବୃଦ୍ଧି କମର୍ସିଆଲ ସିଲିଣ୍ଡର ରେ ହୋଇଛି । ଘରୋଇ ଏଲପିଜି ସିଲିଣ୍ଡର ଦାମ୍ ରେ କୌଣସି ପରିବର୍ତ୍ତନ ହୋଇନାହିଁ । ପେଟ୍ରୋଲିୟମ୍ କମ୍ପାନୀ ଏହି ବୃଦ୍ଧି କେବଳ କମର୍ସିଆଲ ସିଲିଣ୍ଡର ପାଇଁ କରିଛନ୍ତି ।

ଗତ ମାସରେ ୨୬୬ ଟଙ୍କା ମହଙ୍ଗା ହୋଇଥିଲା ଓ ଏବେ ୧୦୦ ଟଙ୍କା ବଢ଼ାଇ ଦିଆଯାଇଛି । ଦିଲ୍ଲୀରେ କମିର୍ସିଆଲ୍ ସିଲିଣ୍ଡରର ଦାମ୍ ୨୧୦୦ ଟଙ୍କା । ସେଠାରେ ଦୁଇ ମାସ ତଳେ ୧୭୩୩ ଟଙ୍କା ଥିଲା । ମୁମ୍ବାଇରେ ୧୯ କିଲୋର ସିଲିଣ୍ଡରର ଦାମ୍ ୨୦୫୧ ଟଙ୍କା ହୋଇଯାଇଛି । ସେହିପରି କୋଲକାତାରେ ଇଣ୍ଡେନ୍ ଗ୍ୟାସ ସିଲିଣ୍ଡରର ଦାମ୍ ୨୧୭୪ ଟଙ୍କା ଓ ଚେନ୍ନାଇରେ ୨୨୩୪ ଟଙ୍କା ହୋଇଛି ।

Get real time updates directly on you device, subscribe now.