fbpx

ବଙ୍ଗୋମୁଣ୍ଡା ଥାନାରେ ଭିଜିଲାନ୍ସ ଟିମ୍, ଜବତ ହେଲାଣି ୪ ଲକ୍ଷ ପାଖାପାଖି ଟଙ୍କା

କଣ୍ଟାବାଞ୍ଜି(ଓଡ଼ିଶା ଭାସ୍କର): ବଙ୍ଗୋମୁଣ୍ଡା ଥାନାରେ ପହଞ୍ଚିଲା ଭିଜିଲାନ୍ସ ଟିମ୍ । ଗତକାଲି ଥାନା ଅଧିକାରୀଙ୍କଠାରୁ ଟଙ୍କା ଜବତ ହେବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସମ୍ପୃକ୍ତ ଥାନା ଅଧିକାରୀଙ୍କ ବଙ୍ଗୋମୁଣ୍ଡା ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ଥାନା ଅଧିକାରୀ ବିନୋଦ ବିହାରୀ ନାଏକଙ୍କ ଘରେ ଚଢ଼ାଉ ହୋଇଛି । ୮ ଜଣିଆ ଭିଜିଲାନ୍ସ ଟିମ୍ ଏହି ଚଢ଼ାଉ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ୩ ଲକ୍ଷ ୯୦ ହଜାରରୁ ଅଧିକ ଟଙ୍କା ଜବତ ହେଲାଣି ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.