ଏପ୍ରିଲ ମାସରେ ଆପଣଙ୍କୁ ମିଳିବ ଅନେକ ଖୁସି, ହ୍ରାସ ପାଇବ ଖର୍ଚ୍ଚ ଏବଂ ବଢିବ ସଞ୍ଚୟ
ଏପ୍ରିଲ ମାସ ଆରମ୍ଭରୁ ପରିବର୍ତ୍ତନ ହେବ ଏହି ନିୟମ, ଜାଣନ୍ତୁ
ନୂଆଦିଲ୍ଲୀ: ଆଜି ମାର୍ଚ୍ଚ ମାସ ଶେଷ ହୋଇଯିବ। ଆସନ୍ତାକାଲି ଏପ୍ରିଲମାସ ଆରମ୍ଭ ହେବ। ଏପ୍ରିଲରେ ଜନସାଧାରଣଙ୍କ ପାଇଁ କିଛି ମଙ୍ଗଳ ହେବାକୁ ଯାଉଛି। ଏହି ଉପହାରରେ ଅନେକ ଖର୍ଚ୍ଚ ଆପଣଙ୍କ କମିପାରେ। ଯାହାକୁ ଆପଣ ସଞ୍ଚୟ କରିପାରିବେ।
ନୂତନ ଆୟକର ବ୍ୟବସ୍ଥାରେ ପରିବର୍ତ୍ତନ ହେବ କାର୍ଯ୍ୟକାରୀ: ୧ ଏପ୍ରିଲ ସହ ନୂଆ ଆର୍ଥିକ ବର୍ଷ ଆରମ୍ଭ ହେବାକୁ ଯାଉଛି। ଏଥିରେ ନୂତନ ଆୟକର ବ୍ୟବସ୍ଥାରେ ପରିବର୍ତ୍ତନ ଲାଗୁ ହୋଇଯିବ।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ ୨୦୨୫ରେ ଏହାର ଘୋଷଣା କରାଯାଇଥିଲା। ଏଥିସହ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ଆୟ ଉପରେ କୌଣସି ଇନକମ ଟ୍ୟାକ୍ସ ଦେବାକୁ ପଡିବ ନାହିଁ।
ସେହିପରି ବେତନ ପ୍ରାପ୍ତ ବୃତ୍ତି ବର୍ଗ ୧୨.୭୫ ଲକ୍ଷ ଟଙ୍କା ରିହାତି ପାଇବେ। ସୂଚନାନୁଯାୟୀ, ୧୨ ଲକ୍ଷ ଟଙ୍କା ଦରମା ପାଉଥିବା ବ୍ୟକ୍ତିଙ୍କର ଏହି ଆଶ୍ୱସ୍ତିରେ ୮୩ ହଜାର ୨୦୦ ଟଙ୍କାର ସଞ୍ଚୟ ହେବ।
ସେହିପରି ୧୬ ଲକ୍ଷ ଟଙ୍କା ରୋଜଗାର କରୁଥିବା ଲୋକଙ୍କର ଟ୍ୟାକ୍ସ ଦେବା ପ୍ରଣାଳୀ ବଦଳି ୫୨ ହଜାର ଟଙ୍କାର ସଞ୍ଚୟ ହେବ। ଏହିପରି, ୧ କୋଟି ଟଙ୍କା ରୋଜଗାର କରୁଥିବା ବ୍ୟକ୍ତିଙ୍କୁ ୧,୨୫,୮୪୦ ଟଙ୍କାର ସଞ୍ଚୟ କରିପାରିବେ।
ହୋମ୍-କାର ଲୋନର ହ୍ରାସ ପାଇପାରେ ଇଏମଆଇ: ଏପ୍ରିଲ ମାସରେ ଦ୍ୱିତୀୟ ଉପହାର ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ମିଳିପାରେ। ଆରବିଆଇ ରେପୋ ରେଟରେ ୨୫ ପ୍ରତିଶତ ହ୍ରାସ ପାଇପାରେ।
ଏହି କାରଣ ପାଇଁ ଫେବୃଆରୀରେ ଖୁଚୁରା ମୁଦ୍ରାସ୍ଫୀତି ୭ ମାସର ନିମ୍ନ ସ୍ତରରେ ୩.୬୧ ପ୍ରତିଶତକୁ ଆସିସାରିଛି, ଯାହା ଆରବିଆଇର ୪ ପ୍ରତିଶତ ଟାର୍ଗେଟରୁ କମ ଅଟେ।