fbpx
BJD SKY
BJD SKY

ହାଇଟେକ୍‌ ହସ୍ପିଟାଲ୍‌ରେ ବିସ୍ଫୋରଣ ଘଟଣା; ଚିକିତ୍ସାଧିନ ଅବସ୍ଥାରେ ଆଉ ଜଣଙ୍କ ମୃତ୍ୟୁ

BJD

ଭୁବନେଶ୍ୱର:ସାମ୍ନାକୁ ଆସିଲା ଆଉ ଏକ ଦୁଃଖଦ ଖବର । ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲ ବିସ୍ଫୋରଣ ଘଟଣାରେ ଆଜି ସକାଳୁ ସକାଳୁ ଆଉ ଜଣଙ୍କର ମୃତ୍ୟୁ ହୋଇଛି । ହାଇଟେକ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧ ପାଇଛି । ଏହି ଦୁର୍ଘଟଣାରେ ଅନ୍ୟ ଦୁଇ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ହଁ ଆଜ୍ଞା ଗତ ଡିସେମ୍ବର ୨୯ ତାରିଖ ସନ୍ଧ୍ୟାରେ ହାଇଟେକ ମେଡିକାଲ କଲେଜ ଓ ହସ୍ପିଟାଲରେ ଅକ୍ସିଜେନ୍ ସିଲିଣ୍ଡରର ମରାମତି କାମ ଚାଲିଥିବା ବେଳେ ଫାଟି ଯାଇଥିଲା ଅକ୍ସିଜେନ୍ ସିଲିଣ୍ଡର ବଡ଼ ଧରଣର ବିସ୍ଫୋରଣ ହୋଇଥିଲା । ଯେଉଁଥିରେ ୪ ଜଣଙ୍କ ଗୁରୁତର ଆହତ ହୋଇପଡିଲେ । ସମସ୍ତେ ଚିକିତ୍ସିତ ହେଉଥିବା ବେଳେ ଗତ ଡିସେମ୍ବର ୩୧ ତାରିଖରେ ଜଟଣୀର ବଅଁଙ୍ଗ ଗାଁର ଦିଲ୍ଲୀପ ସାମନ୍ତରାୟଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଣି ଆଜି ଆଉ ଜଣଙ୍କ ଜୀବନ ଚାଲିଯାଇଥିବା ହାଇଟେକ ମେଡିକାଲ କଲେଜ ଓ ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି ।

ସେପଟେ ନୂଆ ବର୍ଷ ପୂର୍ବରୁ ସ୍ୱାମୀଙ୍କ ମୃତ୍ୟୁକୁ ସହିପାରିଲାନି ସ୍ତ୍ରୀ । ଘର ଭିତରେ ନେଲେ ଏଭଳି ଚରମ ପଦକ୍ଷେପ । ସ୍ୱାମୀକୁ ନୂଆ ବର୍ଷ ନୂଆ ସକାଳରେ ଦେଖିପାରିବନି ସେଥିପାଇଁ ସ୍ୱାମୀକୁ ଝୁରି ଝୁରି ସ୍ୱାମୀଙ୍କ ମୃତ୍ୟୁର କିଛି ଘଂଟା ପରେ ସ୍ତ୍ରୀ ସୁନା ଜୀବନ ହାରିଦେଲା । ଯେଉଁ ସ୍ଥାନରେ ସ୍ୱାମୀ ଦିଲ୍ଲୀପଙ୍କ ଜୁଇ ଜଳିଥିଲା, ଆଉ ସେହି ଜୁଇ ଜଳିନଥିବା ବେଳେ ପୁଣି ସ୍ତ୍ରୀର ଜୁଇ ଜଳିଲା । ଏକା ସାଙ୍ଗରେ ପୁଅ ବୋହୂର ଜୁଇକୁ ଦେଖି ଏ ମା’ ପୁରା ଭାଙ୍ଗିପଡିଥିଲା । ହାଇଟେକ ବିସ୍ଫୋରଣ ଘଟଣାରେ ଗୁରୁତର ୪ ଜଣଙ୍କ ମଧ୍ୟରୁ ଚିକିତ୍ସାଧିନ ଅବସ୍ଥାରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ଏହି ବିସ୍ଫୋରଣରେ ହସ୍ପିଟାଲ କର୍ମଚାରୀ ଓ ସିକ୍ୟୁରିଟି ଗାର୍ଡ ଆହତ ହୋଇ ଚିକିତ୍ସିତ ହେଉଥିଲେ, ଦୁଇଦିନ ତଳେ ଖୋର୍ଦ୍ଧା ଅଞ୍ଚଳର ଦିଲ୍ଲୀପ ସାମନ୍ତରାୟଙ୍କ ମୃତ୍ୟୁ ଘଟିଥିଲା, ସ୍ୱାମୀଙ୍କ ମୃତ୍ୟୁ ଖବର ପାଇବା ପରେ ମ୍ରିୟମାଣ ଦୁନିଆ ଛାଡି ଆର ପାରିକୁ ଚାଲିଗଲେ ସ୍ତ୍ରୀ ସୁନା । ପୁଣି ଆଜି ସକାଳୁ ବିସ୍ଫୋରଣ ଘଟଣାରେ ଆଉ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.