ବାଣ ଗୋଦାମରେ ବିସ୍ଫୋରଣ, 5 ଜଣ ଗୁରୁତର

ଭଦ୍ରକରେ ଭୟଙ୍କର ବାଣ ବିସ୍ଫୋରଣ ।

ଭୁବନେଶ୍ବର: ଭଦ୍ରକ ହଳଦିଡ଼ିହ ବାଇପାସ ସ୍ଥିତ ଏକ ବାଣ କାରଖାନାରେ ବିସ୍ଫୋରଣ । ତେବେ ଭୟଙ୍କର ବାଣ ବିସ୍ଫୋରଣରେ ଘରର ଛାତ ଉଡିଯାଇଥିବା ବେଳେ ୫ଜଣ ଗୁରୁତର ହୋଇଛନ୍ତି । ନିକଟରେ ଥିବା ଘର ଝରକାର କାଚ ଭାଙ୍ଗିଯାଇଥିବା ଜଣାପଡିଛି ।

ଖବର ଅନୁସାରେ, ବାଣ ତିଆରି କରୁଥିବା ବେଳେ ବିସ୍ଫୋରଣ ହୋଇଛି । ସମସ୍ତ ଗୁରୁତରଙ୍କୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ପହଞ୍ଚି ପୋଲିସ ତଦନ୍ତ କରୁଛି ।

ଖବର ଅନୁସାରେ, ବେଆଇନ ବାଣ ତିଆରି ଓ ଗଚ୍ଛିତ ଥିବା ଗୋଦାମରେ ଅଗ୍ନିକାଣ୍ଡ ହୋଇଛି । ତେବେ ଗୁରୁତରଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି । ବିସ୍ଫୋରଣ ଏତେ ଜୋରରେ ହୋଇଥିଲା ଆଖପାଖ ଅଞ୍ଚଳରୁ ଲୋକେ ଧାଇଁ ଆସିଥିଲେ ।

ତେବେ ପ୍ରକୃତରେ କେଉଁ କାରଣ ପାଇଁ ବିସ୍ଫୋରଣ ହେଲା ତାହା ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ପଚାରି ତଦନ୍ତ ଆରମ୍ଭ କରିଛି ।