fbpx
BJD SKY
BJD SKY

ବାଣ ତିଆରି ବେଳେ ବିସ୍ଫୋରଣ; ଜଣେ ଗୁରୁତର, ୨ ଆହତ

BJD

ଓଡିଶା ଭାସ୍କର; ବାଣ ତିଆରି ବେଳେ ବିସ୍ଫୋରଣ। ବାଲିପାଟଣା ଜଇନାବାଦ ଗାଁରେ ଏହି ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି । ଏଥିରେ ଜଣେ ଜଣେ ଗୁରୁତର ହୋଇଥିବା ବେଳେ ୨ ଜଣ ଆହତ ହୋଇଥିବା ସୂଚନା ରହିଛି । ଏହାର ଖବର ପାଇ ସ୍ଥାନୀୟ ପୋଲିସ ଏବଂ ଅଗ୍ନିଶମ ବିଭାଗ ଘଟଣା ସ୍ଥଳକୁ ଯାଉଥିବା ସୂଚନା ରହିଛି । ଅନ୍ୟପଟେ ଗୁରୁତର ଓ ଆହତଙ୍କୁ ଚିକିତ୍ସା ଲାଗି ମେଡିକାଲକୁ ପଠାଯାଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ବାଲିପାଟଣା ଜଇନାବାଦ ଗାଁରେ ବାଣ ତିଆରି ବେଳେ ବିସ୍ଫୋରଣ ଘଟିଥିଲା । ହଠାତ ବାଣ ଫୁଟିବାରୁ ସ୍ଥାନୀୟ ଲୋକେ କିଛି ବୁଝି ପାରିନଥିଲେ ଓ ଏହା ପରେ ପ୍ରଚଣ୍ଡ ଶବ୍ଦ ଶୁଣି ଭୟଭୀତ ହୋଇଯାଇଥିଲେ । ଏହା ପରେ ବିସ୍ଫୋରଣ ହେଉଥିବା ଦେଖି ସ୍ଥାନୀୟ ଲୋକେ ଗାଁ ଛାଡି ଦୌଡିବାକୁ ଲାଗିଥିଲେ । ଏହି ସମୟରେ ଗାଁ’ର କିଛି ଯୁବକ ବିସ୍ଫୋରଣର ଦୃଶ୍ୟକୁ ମଧ୍ୟ ନିଜ କ୍ୟାମେରାରେ କଏଦ କରିଥିବା ଦେଖିବାକୁ ମିଳିଛି ।

ତେବେ ଦୀପାବଳି ପାଖେଇ ଆସୁଥିବା ବେଳେ ଜୋରସୋରରେ ଚାଲିଛି ବାଣ ଭିଡା କାର୍ୟ୍ୟ । କେତେକ ସ୍ଥାନରେ ବେଆଇନ ବାଣ ପ୍ରସ୍ତୁତ ହେଇଥିବା ବେଳେ କେତେକ ସ୍ଥାନରେ ବେଆଇନ ବାଣ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି । ସେହିପରି ଅନେକ ସ୍ଥାନରେ ଏଭଳି ବାରମ୍ଵାର ବିସ୍ଫୋରଣ ଘଟୁଥିବା ଚିତ୍ର ମଧ୍ୟ ସାମ୍ନାକୁ ଆସୁଛି । ତେବେ ଏଭଳି ପରିସ୍ଥିତିରେ ପୋଲିସ ଏହାକୁ ନେଇ କେଉଁ ସବୁ ପଦକ୍ଷେପ ଗ୍ରହଣ କରୁଛି ସେନେଇ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବାଣ ତିଆରି ବେଳେ ବାଣୁଆ ମାନେ ସୁରକ୍ଷାର ସହ ସତର୍କତା ଅବଲମ୍ବନ କରୁଛନ୍ତି କି ନାହିଁ ସେନେଇ ଯାଞ୍ଚ ହେବା ସବୁଠୁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି ।

Get real time updates directly on you device, subscribe now.