fbpx
BSKY
BJD SHG SKY
BJD YOUTH SKY

କାମ୍ପାଲାରେ ଆତ୍ମଘାତୀ ବିସ୍ଫୋରଣ, ବର୍ତ୍ତିଗଲେ ଓଡ଼ିଆ ଖେଳାଳି

ନୂଆଦିଲ୍ଲୀ: ଉଗାଣ୍ଡା ରାଜଧାନୀ କାମ୍ପାଲାରେ ଆତ୍ମଘାତୀ ବିସ୍ଫୋରଣ ଘଟିଛି । ୩ଟି ଆତ୍ମଘାତୀ ବିସ୍ଫୋରଣରେ ୩ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଛି । ଏହି ବିସ୍ଫୋରଣ କାମ୍ପାଲା ଷ୍ଟାଡିୟମ ଠାରୁ ଅଳ୍ପ ଦୂରରେ ହୋଇଥିବା ନେଇ ସୂଚନା ।

ସୂଚନାଯୋଗ୍ୟ, ବର୍ତ୍ତମାନ କାମ୍ପାଲାରେ ଚାଲିଛି ପାରା ଇଣ୍ଟରନାସନାଲ ବ୍ୟଡମିଣ୍ଟନ ଟୁର୍ଣ୍ଣାମେଣ୍ଟ । ତେବେ ବିସ୍ଫୋରଣରେ କୌଣସି ଖେଳାଳିଙ୍କ କିଛି କ୍ଷତି ହୋଇନଥିବା ସୂଚନା ମିଳିଥିବାବେଳେ, କାମ୍ପାଲାରେ ଥିବା ଭାରତୀୟ ପାରା ବ୍ୟଡମିଣ୍ଟନ ଦଳ ସୁରକ୍ଷିତ ରହିଛନ୍ତି । ଭାରତୀୟ ଦଳରେ ଥବା ୩ ଓଡ଼ିଆ ଖେଳାଳି ସଂପୂର୍ଣ୍ଣ ସୁରକ୍ଷିତ । ଭାରତୀୟ ଦଳରେ ଅଛନ୍ତି ଓଡ଼ିଶାର ପ୍ରମୋଦ ଭଗତ ଏବଂ ଅନ୍ୟ ୨ ଜଣ । ଏହି ବିସ୍ଫୋରଣରେ ୨୭ରୁ ଅଧିକ ଆହତ ହୋଇଛନ୍ତି ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପ୍ରଥମ ବିସ୍ଫୋରଣ ସ୍ଥାନୀୟ ସମୟ ଅନୁଯାୟୀ ସକାଳ ୧୦ଟାରେ ହୋଇଥିଲା । ଏହାର ୩୦ ମିନିଟ୍ ପରେ ଦ୍ୱିତୀୟ ବିସ୍ଫୋରଣ ହୋଇଥିଲା ।

Get real time updates directly on you device, subscribe now.