fbpx

୧୭ ନଭେମ୍ବରରେ ଖୋଲିବ କରତାରପୁର କରିଡର: ଟିକା ଏବଂ ଆରଟିପିସିଆର ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଖୋଲିବ କରାତାରପୁର କରିଡର । ଭାରତରୁ କରତାରପୁର ଦର୍ଶନ କରିବାକୁ ଯାଇପାରିବେ ଶିଖ୍ ଶ୍ରଦ୍ଧାଳୁ । କେନ୍ଦ୍ର ସରକାର ବୁଧବାର କରତାରପୁର କରିଡର ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ଶ୍ରୀ ଗୁରୁ ନାନକ ଦେବ ଜୀଙ୍କ ପ୍ରକାଶ ପର୍ବକୁ ଦୃଷ୍ଟିରେ ରଖି ସରକାର କରତାରପୁର କରିଡର ଖୋଲିବାକୁ ଯାଉଛନ୍ତି ଫଳରେ ଭାରତୀୟ ଶିଖ୍ ଶ୍ରଦ୍ଧାଳୁ ଲାହୋର ସ୍ଥିତ ଏହି ଐତିହାସିକ ଗୁରୁଦ୍ୱାରା ଦରବାର ସାହିବକୁ ଯାଇପାରିବେ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ଟ୍ୱିଟ୍ କରି କରିଡର ଖୋଲିବା ନେଇ କରାଯାଇଥିବା ନିଷ୍ପତ୍ତି ବିଷୟରେ ସୂଚନା ଦେଇଛନ୍ତି ।

ସଂପ୍ରତି କରୋନା ମହାମାରୀ କାରଣରୁ ମାର୍ଚ୍ଚ ୨୦୨୦ ଠାରୁ କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି କରତାରପୁର ଯାତ୍ରା ବନ୍ଦ ରଖାଯାଇଛି । କରତାରପୁର କରିଡର ତୀର୍ଥଯାତ୍ରୀଙ୍କୁ ବିନା ଭିସାରେ ଭାରତ-ପାକିସ୍ତାନ ସୀମା ପାର ହେବାକୁ ଅନୁମତି ଦେଇଥାଏ । ଫଳରେ ତୀର୍ଥଯାତ୍ରୀ ପାକିସ୍ତାନ କରତାରପୁରରେ ଥବା ସାହିବ ଗୁରୁଦ୍ୱାରା ଦର୍ଶନ କରିପାରିବେ । ତେବେ ଭାରତରୁ ଯାଉଥିବା ତୀର୍ଥଯାତ୍ରୀଙ୍କ ପାଇଁ ଟିକା ଏବଂ ଆରଟିପିସିଆର ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି ।

Get real time updates directly on you device, subscribe now.