fbpx

ଭାରତରେ ଖେଳାଯିବ ୩ଟି ICC ଇଭେଣ୍ଟ; ଦୁଇ ଦଶନ୍ଧି ପରେ ପାକିସ୍ତାନକୁ ଫେରିବ କ୍ରିକେଟ

ନୂଆଦିଲ୍ଲୀ: ମଙ୍ଗଳବାର ଆଇସିସି ପକ୍ଷରୁ ଆସନ୍ତା ୧୦ ବର୍ଷ ପାଇଁ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଟ୍ରଫିର କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ୧୧ ପୂର୍ଣ୍ଣକାଳୀନ ସଦସ୍ୟ ଏବଂ ୩ ଟି ସହଯୋଗୀ ଦେଶକୁ ନେଇ ୨୦୨୪ରୁ ୨୦୩୧ ଯାଏଁ କାର୍ଯ୍ୟସୂଚୀ ଘୋଷଣା କରିଛି ଆଇସିସି । ଏହି କାର୍ଯ୍ୟସୂଚୀରେ ଦିନିକିଆ ବିଶ୍ୱକପ, ଟି-୨୦ ବିଶ୍ୱକପ ଏବଂ ଚାମ୍ପିୟନ୍ସ ଟ୍ରଫିକୁ ସାମିଲ କରାଯାଇଛି । ଭାରତ ଭାଗରେ ୩ଟି ଆଇସିସି ଟୁର୍ଣ୍ଣାମେଣ୍ଟ ପଡିଥିବା ବେଳେ ଦୀର୍ଘ ଦୁଇ ଦଶନ୍ଧି ପରେ ପାକିସ୍ତାନକୁ ଫେରିଛି ଆଇସିସି ଇଭେଣ୍ଟ । ଚଳିତ କ୍ୟାଲେଣ୍ଡରରେ ଏସୀୟ ରାଷ୍ଟ୍ର ଗୁଡିକୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି ।

ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ୨୦୨୪ର ଟି-୨୦ ବିଶ୍ୱକପ ଅନୁଷ୍ଠିତ ହେବ । ୨୦୨୫ର ଚାମ୍ପିୟନ୍ସ ଟ୍ରଫି ପାକିସ୍ତାନରେ ଖେଳାଯିବାକୁ ଥିବା ବେଳେ ପରବର୍ତ୍ତୀ ବର୍ଷର ଟି-୨୦ ବିଶ୍ୱକପ ମିଳିତ ଭାବରେ ଆୟୋଜନ କରିବେ ଭାରତ ଏବଂ ଶ୍ରୀଲଙ୍କା । ୨୦୨୭ ଦିନିକିଆ ବିଶ୍ୱକପକୁ ସାଉଥ ଆଫ୍ରିକା, ଜିମ୍ବାୱେ ଏବଂ ନାମିବିଆ ମିଳିତ ଭାବରେ ଆୟୋଜନ କରିବେ । ୨୦୨୮ର ଟି-୨୦ ବିଶ୍ୱକପ୍ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ଆୟୋଜିତ କରିବେ । ୨୦୨୯ରେ ଭାରତ ଏକାକୀ ଚାମ୍ପିୟନ୍ସ ଟ୍ରଫି ଆୟୋଜନ କରିବ । ୨୦୩୦ରେ ଇଂଲଣ୍ଡ,ଆୟାର୍ଲାଣ୍ଡ ଓ ସ୍କଟଲାଣ୍ଡ ୨୦୩୦ଟି-୨୦ ବିଶ୍ୱକପ ଆୟୋଜନ କରିବେ । ଶେଷରେ ୨୦୩୧ ବିଶ୍ୱକପ ଭାରତ ଏବଂ ବାଂଲାଦେଶ ମିଳିତ ଭାବରେ ଆୟୋଜନ କରିବେ ।

Get real time updates directly on you device, subscribe now.