fbpx

ଜାତୀୟ ପତାକାର ରଙ୍ଗ ବଦଳାଇଦେଲେ ରାଷ୍ଟ୍ରପତି; ଜାଣନ୍ତୁ କଣ ରହିଛି କାରଣ

ନୂଆଦିଲ୍ଲୀ: ଫ୍ରାନ୍ସ ଜାତୀୟ ପତାକାର ରଙ୍ଗ ପରିବର୍ତ୍ତନ କରିଛନ୍ତି ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ । ତେବେ ଏହି ପରିବର୍ତ୍ତନ ଏବେ ନୁହେଁ ବରଂ ୩ ବର୍ଷ ତଳୁ ହୋଇ ସାରିଛି । ନିକଟରେ ମାକ୍ରୋନଙ୍କ ଏକ କାର୍ଯ୍ୟକ୍ରମରେ ଏହି ଘଟଣା ସାମ୍ନାକୁ ଆସିଥିଲା । ଫ୍ରାନ୍ସର ଜାତୀୟ ପତାକାରେ ନାଲି, ଧଳା ଏବଂ ବ୍ଲ୍ୟୁ କଲର ରହିଥିବା ବେଳେ ଏହାକୁ ପରିବର୍ତ୍ତନ କରାଇ ଦେଇଛନ୍ତି ମାକ୍ରୋନ୍ ।

ପୂର୍ବରୁ ଏହି ଜାତୀୟ ପତାକାରେ ବ୍ଲ୍ୟୁ କଲର ରହିଥିବା ବେଳେ ବର୍ତ୍ତମାନ ଏହାକୁ ନ୍ୟାଭି ବ୍ଲୁ କୁ ପରିବର୍ତ୍ତିତ କରି ଦିଆଯାଇଛି । ଶେଷ ଥର ପାଇଁ ୧୯୭୬ ମସିହାରେ ରାଷ୍ଟ୍ରପତି ଭାଲେରୀ ଗିସକାର୍ଡ ଡେଷ୍ଟିଆଙ୍ଗ ପତାକାର ରଙ୍ଗ ବଦଳାଇଥିଲେ । ୟୁରୋପୀୟ ଦେଶ ମାନଙ୍କ ସହିତ ପତାକାକୁ ସମାନ କରିବା ପାଇଁ ରାଷ୍ଟ୍ରପତି ଉଜ୍ଜ୍ୱଳ ବ୍ଲୁ ବଦଳରେ ଗାଢ ବ୍ଲୁ ରଙ୍ଗ ଚୟନ କରିଥିଲେ । ତେବେ ୨୦୧୮ ମସିହାରେ ଏହାକୁ ପରିବର୍ତ୍ତନ କରିଥିଲେ ମାକ୍ରୋନ୍ । ୨୦୨୦ ପରଠାରୁ ଏହି ପରିବର୍ତ୍ତିତ ରଙ୍ଗର ପତାକା ଫ୍ରାନ୍ସ ରାଷ୍ଟ୍ରପତି ଭବନ ଉପରେ ଉଡୁଛି । ଫରାସୀ ସେନାର ବୀରତ୍ୱ ଗାଥା ପାଇଁ ଏହି ନ୍ୟାଭି ବ୍ଲୁ ରଙ୍ଗ ଚୟନ କରାଯାଇଥିବା କହିଛନ୍ତି ମାକ୍ରୋନ୍ ।

Get real time updates directly on you device, subscribe now.