fbpx
BSKY
BJD MC SKY
BJD YOUTH SKY

ଏୟାରଟେଲର ଧମାକାଦାର ଅଫର: ଦିନକୁ ମିଳିବ ୫୦୦ ଏମବି ମାଗଣା ଡାଟା

ନୂଆଦିଲ୍ଲୀ: ଟେଲିକମ କମ୍ପାନୀ ଭାରତୀ ଏୟାରଟେଲ ଗ୍ରାହକଙ୍କ ପାଇଁ ଆଣିଛି ଏମିତି ଏକ ଧମାକାଦାର ଅଫର ଯେଉଁଥିରେ ଆପଣଙ୍କୁ ମିଳିବ ଅତିରିକ୍ତ ୫୦୦ ଏମବି ଡାଟା । ତେବେ ସିଧାସଳଖ ଏହି ଡାଟା ପ୍ରଦାନ କରୁନି କମ୍ପାନୀ । ଏହି ଲାଭ ଉଠାଇବା ପାଇଁ ଆପଣଙ୍କୁ ଏୟାରଟେଲ ଥ୍ୟାଙ୍କସ ଆପ୍ ଡାଉନଲୋଡ କରିବାକୁ ପଡିବ । ପ୍ରଥମେ ଆପଣଙ୍କ ନମ୍ବରକୁ ଆପଣ ୨୪୯ ଟଙ୍କାରେ ରିଚାର୍ଜ କରିବେ । ଏହି ପ୍ଲାନରେ ଗ୍ରାହକଙ୍କୁ ଦୈନିକ ୧.୫ ଜିବିର ଡାଟା ମିଳିଥାଏ ।

ତେବେ ବର୍ତ୍ତମାନର ଅଫର ଅନୁଯାୟୀ ଦୈନିକ ୨ ଜିବି ଡାଟାର ଲାଭ ଉଠାଇ ପାରିବେ ଗ୍ରାହକ । ଏହା ସହିତ ଅନଲିମିଟେଡ କଲ ଏବଂ ମେସେଜର ସୁବିଧା ମଧ୍ୟ ପ୍ରଦାନ କରାଯିବ । ଏୟାରଟେଲ ଥ୍ୟାଙ୍କସ ଆପ୍ ଡାଉନଲୋଡ କରି ଫ୍ରି ୫୦୦ ଏମବି ଡାଟା ଉପରେ କ୍ଲିକ୍ କଲେ ଆପଣ ଏହି ସୁବିଧାର ଲାଭ ଉଠାଇ ପାରିବେ ।

Get real time updates directly on you device, subscribe now.