fbpx
BJD
BJD SKY
BJD SKY

ଆଉ କଷ୍ଟଦାୟକ ହେବନି ତୀର୍ଥଯାତ୍ରା, ଚାରିଧାମକୁ ଯୋଡିବା ଲାଗି ତିଆରି ହେଉଛି ୮୨୫ କିଲୋମିଟର ଲମ୍ବା ରାସ୍ତା

BJD

ନୂଆଦିଲ୍ଲୀ:ପ୍ରତିବର୍ଷ ଚାରି ଧାମ ଯାତ୍ରା କରିବା ଲାଗି ଦେଶ ବିଦେଶରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଆସିଥାନ୍ତି । ଦେବଭୂମି ଉତ୍ତରାଖଣ୍ଡରେ ପାହାଡ ଓ ଦୂର୍ଗମ ଅଞ୍ଚଳ ଦେଇ ଏହି ଯାତ୍ରା ବେଶ୍ କଷ୍ଟଦାୟକ ହୋଇଥାଏ । ଏହି ଦୁର୍ଗମ ଅଞ୍ଚଳରେ ପାଗ ବିଗିଡିଗଲେ ପ୍ରାୟ ସମୟରେ ଯାତ୍ରାକୁ ରୋକି ଦିଆଯାଏ । ଏପରି ସ୍ଥିତିରେ ତୀର୍ଥଯାତ୍ରୀଙ୍କୁ ବହୁ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । କିନ୍ତୁ ଏବେ ଆଉ ଚାରିଧାମ ଯାତ୍ରାରେ ବାହାରିଥିବା ତୀର୍ଥଯାତ୍ରୀଙ୍କୁ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ । କାରଣ ସଡକ ଓ ପରିବହନ ମନ୍ତ୍ରଣାଳୟ ଚାରିଧାମ ଯାତ୍ରାକୁ ସହଜ କରିବା ଲାଗି ଓ ପାହାଡ ଅଞ୍ଚଳରେ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ଲାଗି ଚାରିଧାମ ଓ କୈଳାସ ମାନ ସରୋବର ମାର୍ଗର ଏକ ଅଂଶକୁ ଯୋଡୁଥିବା ୮୨୫ କିଲୋମିଟର ଦୀର୍ଘ ରୋଡ ନେଟୱାର୍କ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛି । ସବୁଠାରୁ ବଡ କଥା ହେଉଛି ଏହି ସଡକରେ ସବୁ ପ୍ରକାର ପାଗରେ ଯାତାୟତ କରି ହେବ ।

ସଡକ ପରିବହନ ମନ୍ତ୍ରଣାଳୟର ସୂଚନା ଅନୁସାରେ ଉତ୍ତରାଖଣ୍ଡ ରାଜ୍ୟରେ ଚାରିଧାମ-ଯମୁନୋତ୍ରୀ, ଗଙ୍ଗୋତ୍ରୀ, କେଦାରନାଥ ଓ ବଦ୍ରୀନାଥକୁ ଯୋଡୁଥିବା ୫ ରାଷ୍ଟ୍ରୀୟ ରାଜମାର୍ଗକୁ ପୁନଃନିର୍ମାଣ କରାଯାଉଛି । ଏଥିମଧ୍ୟରେ ଟନକପୁରରୁ କୈଳାସ ମାନସରୋବର ଯାତ୍ରାର ମୋଟ ୮୨୫ କିଲୋମିଟର ଦୀର୍ଘ ଖଣ୍ଡ ସାମିଲ ରହିଛି । ମନ୍ତ୍ରଣାଳୟ କହିଛି ଏ ପର୍ଯ୍ୟନ୍ତ ମୋଟ ୬୧୦ କିମି ସଡକ ନିର୍ମାଣ କାମ ଶେଷ ହୋଇ ସାରିଲାଣି । ଆର୍ଥିକ ବର୍ଷ ୨୦୨୨-୨୩ରେ ଉତ୍ତରାଖଣ୍ଡ ରାଜ୍ୟରେ ରାଜମାର୍ଗ ବିକାଶ କ୍ଷେତ୍ରରେ ପ୍ରାୟ ୩,୨୫୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ବୋଲି ମନ୍ତ୍ରଣାଳୟ କହିଛି ।
ଦିଲ୍ଲୀ ଡେରାଡୁନ ଏକ୍ସପ୍ର୍ରେସୱେର ଅଧିକାଂଶ ଭାଗ ଉତ୍ତରପ୍ରଦେଶରେ ରହିଛି । ଟ୍ରାଫିକ୍ ଚାପ କମ୍ କରିବା ଲାଗି ଏହା ଦିଲ୍ଲୀରୁ ୧୨ ଲେନ୍ ବିଶିଷ୍ଟ ହାଇୱେ ହେବ ଏବଂ ଆଗକୁ ଏକ୍ସପ୍ର୍ରେସୱେକୁ ୬ ଲେନ୍ କରି ଦିଆଯିବ ।

ଏଠାରେ ସୂଚାଇ ଦିଆଯାଇପାରେ ଯେ, ଚାରିଧାମ ଯାତ୍ରା ପ୍ରତିବର୍ଷ ଏପ୍ରିଲରୁ ଆରମ୍ଭ ହୋଇଥାଏ ଓ ନଭେମ୍ବର ପର୍ଯ୍ୟନ୍ତ ଚାଲିଥାଏ । ଏହାପରେ ଶୀତ ଋତୁ ଆସିବାରୁ ଏହି ଯାତ୍ରା ବନ୍ଦ ହୋଇଯାଏ । ହିନ୍ଦୁ ଧର୍ମରେ ବିଶେଷ ମହତ୍ତ୍ୱ ରଖୁଥିବା ଏହି ଯାତ୍ରା ପରମ୍ପରାଗତ ରୂପରେ ପଶ୍ଚିମ ଦିଗରୁ ପୂର୍ବ ଦିଗକୁ କରାଯାଇଥାଏ । ଏହି ଯାତ୍ରା ଯମୁନୋତ୍ରୀ ଠାରୁ ଆରମ୍ଭ ହୋଇଥାଏ ଓ ଏହାପରେ ଗଙ୍ଗୋତ୍ରୀ ପୁଣି କେଦାରନାଥ ଓ ଶେଷରେ ବଦ୍ରୀନାଥରେ ସଂପୂର୍ଣ୍ଣ ହୋଇଥାଏ ।

Get real time updates directly on you device, subscribe now.