fbpx
BSKY
BJD YOUTH SKY
BJD MS SKY

ଅଙ୍ଗନବାଡ଼ିରେ ପଶି କାମୁଡ଼ିଲା ଶିଆଳ: ୪ ଶିଶୁଙ୍କ ସହିତ ୧୦ ଆହତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାଲେଶ୍ୱର ଜିଲ୍ଲାରୁ ଆସିଛି ଏକ ବଡ଼ ଖବର । ଗୋଟିଏ ଅଙ୍ଗନବାଡ଼ି କେନ୍ଦ୍ରରେ ଅଚାନକ ଶିଆଳ ପଶିବା ସହିତ ଆକ୍ରମଣ କରିଦେଇଥିଲେ । ଏହି ଆକ୍ରମଣ ଫଳରେ କିଛି ଛୋଟ ପିଲାଙ୍କ ସହିତ ୧୦ ଜଣ ଆହତ ହୋଇଥିବା ଜଣାପଡ଼ିଛି । ପରେ ଲୋକମାନେ ଶିଆଳକୁ କାବୁ କରିଥିବା ବେଳେ ଚିକିତ୍ସା ନିମନ୍ତେ ସମସ୍ତ ଆହତଙ୍କୁ ସୋର ମେଡିକାଲରେ ଭର୍ତ୍ତି କରିଥିଲେ ।

ଖବର ମୁତାବକ, ଶିଆଳ କାମୁଡ଼ିବା ଫଳରେ ୪ ଜଣ ସ୍କୁଲ ଛାତ୍ରଛାତ୍ରୀଙ୍କ ସମେତ ମୋଟ ୧୦ ଜଣ ଆହତ ହୋଇଛନ୍ତି । ଖଇରା ଥାନା ଅନ୍ତର୍ଗତ ଡାଲଙ୍ଗ ଗ୍ରାମର ତିନିଜଣ ସ୍କୁଲ ପିଲା ଡାଲଙ୍ଗ ପ୍ରାଥମିକ ସ୍କୁଲକୁ ଯାଉଥିବା ସମୟରେ ଘରଠାରୁ କିଛି ଦୂରରେ ୨/୪ଟି ଶିଆଳ ସେମାନଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ । ଏହାପରେ ପିଲାମାନେ ଚିକ୍ରାର କରିବାରୁ ଗ୍ରାମର ମନୋରମା ସାହୁ ଓ ଅର୍ଜୁନ ବେହେରା ସେମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ ।

ମାତ୍ର ଶିଆଳ ମନୋରମା ଓ ଅର୍ଜୁନଙ୍କୁ ମଧ୍ୟ ଆକ୍ରମଣ କରିଥିଲୋ । ଏହାପରେ ସ୍ଥାନୀୟ ଲୋକେ ଶିଆଳଙ୍କୁ କାବୁ କରିବା ସହିତ ଆହତଙ୍କୁ ଚିକିତ୍ସା ନିମନ୍ତେ ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ଗାଁ ମଧ୍ୟକୁ ଅଚାନକ ଶିଆଳ ପଶିବା ଓ ଛୋଟ ପିଲା ଓ ଗ୍ରାମବାସୀଙ୍କୁ କାମୁଡ଼ିବା ଘଟଣାକୁ ନେଇ ଏବେ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଛୋଟ ପିଲାଙ୍କୁ ଶିଆଳ ଆକ୍ରମଣ କରିବାକୁ ନେଇ ଅଭିଭାବକମାନେ ଚିନ୍ତାପ୍ରକଟ କରିଛନ୍ତି ।

Get real time updates directly on you device, subscribe now.