fbpx

ବହୁ ବର୍ଷ ତଳେ ଆପଲ ଏହାର କର୍ମଚାରୀଙ୍କ ଲାଗି ତିଆରି କରିଥିଲା ଜୋତା, ଏବେ ୪୧ ଲକ୍ଷରେ ହେବ ନିଲାମ

ନୂଆଦିଲ୍ଲୀ: ଫୋନ୍ କିମ୍ବା ଅନ୍ୟାନ୍ୟ ଇଲେକ୍ଟ୍ରୋନିକ ଜିନିଷ ଲାଗି ଆପଲ ପ୍ରସିଦ୍ଧ । କିନ୍ତୁ ଏବେ କମ୍ପାନୀ ଦ୍ୱାରା ତିଆରି କରାଯାଇଥିବା ଜୋତା ନିଲାମୀ ଲାଗି ଉପଲବ୍ଧ । ପ୍ରକୃତ କଥା ହେଉଛି କମ୍ପାନୀ ୧୯୯୦ରେ ଏହାର କର୍ମଚାରୀଙ୍କ ଲାଗି କିଛି ଟ୍ରେନର ଜୋତା ତିଆରି କରିଥିଲା ଯାହା ଏବେ ନିଲାମ ହେବାକୁ ଯାଉଛି ।

ଏହି ଟ୍ରେନର ଜୋତା ସୋଥେବାଏ ୱେସାଇଟରେ ଏବେ ନିଲାମ ହେବା ଲାଗି ଉପଲବ୍ଧ । ଏହି ଜୋତା ଅନ୍ୟ ସାଧାରଣ ଜୋତା ଠାରୁ ଅଲଗା । ଏହି ଜୋତାର ମୂଲ୍ୟ ୫୦,୦୦୦ଡଲାର ଅର୍ଥାତ୍ ୪୧ ଲକ୍ଷ ଟଙ୍କା । ଏହି ସ୍ନିକର୍ସରେ ଲେଖାଯାଇଛି ଯେ, ଏହାକୁ ଆପଲ କର୍ମଚାରୀଙ୍କ ଲାଗି ସ୍ୱତନ୍ତ୍ର ଭାବରେ ତିଆରି କରାଯାଇଥିଲା । ଏହି ଜୋତା ଉପରେ ଆପଲ ଲୋଗୋ ରହିଛି । ଜୋତାର ନାମ ରହିଛି ଓମେଗା ସ୍ପୋର୍ଟସ୍ ଆପଲ କମ୍ପ୍ୟୁଟର ସ୍ନିକର । ଏଥିରେ ଅଲଟ୍ରା ଲେୟାର ରହିଛି । ଏହା ଲେଦର, ରବର ଓ କଟନରେ ତିଆରି ହୋଇଛି । ଏହି ଜୋତାକୁ ୯୦ ଦଶକର ମଧ୍ୟବର୍ତ୍ତୀ ସମୟରେ ନ୍ୟାସନାଲ ସେଲସ୍ କନଫରେନ୍ସରେ ଦିଆଯାଇଥିଲା । ୨୨ ହଜାରରୁ ଅଧିକ ଆପଲ ଗ୍ରାହକ ୧୯୮୫ରେ ଏହି ଆପଲ ବ୍ରାଣ୍ଡକୁ କ୍ରୟ କରିଥିଲେ ।

Get real time updates directly on you device, subscribe now.