fbpx
BSKY
BJD MC SKY
BJD YOUTH SKY

ଟୋଲକୁ ନେଇ ଆସିଲା ବଡ଼ ଖବର: ପରିବହନ ମନ୍ତ୍ରଣାଳୟ ଏବଂ NHAI ସ୍ପଷ୍ଟ କଲେ ଏହି କଥା

ନୂଆଦିଲ୍ଲୀ: ଦେଶରେ ଯାନବାହନ ଚାଳକଙ୍କ ପାଇଁ ଆସିଲା ବଡ଼ ଖବର । ସଡ଼କ ପରିବହନ ମନ୍ତ୍ରଣାଳୟ କହିଛି ଯେ, ଦେଶରେ ଟୋଲ ଦରରେ କୌଣସି ପରିବର୍ତ୍ତନ ହେବନି । ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ବର୍ତ୍ତମାନ ଟୋଲ ଦରକୁ ରିଭାଇଜ କରାଯିବନି । ମନ୍ତ୍ରଣାଳୟ ଏଥିପାଇଁ ଇଲେକସନ କମିଶନକୁ ଉଲ୍ଲେଖ କରିଛନ୍ତି । ଅର୍ଥାତ ନିର୍ବାଚନ ପର୍ଯ୍ୟନ୍ତ ଟୋଲର ପୁରୁଣା ଦର ଜାରି ରହିବ ।

ଟୋଲକୁ ନେଇ ମନ୍ତ୍ରଣାଳୟ, NHAI ଏବଂ ପିଆଇବି ଟୋଲ ହାର ସମ୍ବନ୍ଧରେ କୌଣସି ଅଫିସିଆଲ ସଂସ୍କରଣ ଦେଉନାହାନ୍ତି । ଅର୍ଥାତ ସେମାନଙ୍କ ପକ୍ଷରୁ ଏହା କନଫର୍ମ କରାଯାଇଛି ଯେ, ବର୍ତ୍ତମାନ ଟୋଲ ଦରକୁ ରିଭାଇଜ କରାଯିବନି ଏବଂ ପୁରୁଣା ଦରରେ ଲାଗୁ କରାଯିବ । ଏହା ପୂର୍ବରୁ ଖବର ଆସୁଥିଲା ଯେ, ଦେଶରେ ୧ ଏପ୍ରିଲରେ ଅନେକ ସ୍ଥାନରେ ଟୋଲର ନୂଆ ଦର ଲାଗୁ ହୋଇଯିବ । ଲକ୍ଷ୍ନୌ ଏବଂ ଏହାର ଆଖପାଖ ଅଞ୍ଚଳରେ ୫ ପ୍ରତିଶତ ବଢିବ ବୋଲି ଘୋଷଣା କରାଯାଇଥିଲା ।

Get real time updates directly on you device, subscribe now.