fbpx

ମହାରାଷ୍ଟ୍ର ପରେ ଲକ୍-ଡାଉନ୍ ବଢାଇଲା ଏହି ରାଜ୍ୟ

ସାରା ଦେଶରେ କରୋନା କହର ମାଡିଚାଲିଛି । ତୃତୀୟ ପର୍ଯ୍ୟାୟ ଲକ୍-ଡାଉନର ସମୟସୀମା ଆଜି ସରିବାକୁ ବସିଥିବା ବେଳେ କରୋନା ପ୍ରଭାବିତ ରାଜ୍ୟଗୁଡିକ ଲକ୍-ଡାଉନ୍ ଅବଧି ବଢାଇବାରେ ଲାଗିଛନ୍ତି । ମହାରାଷ୍ଟ୍ର ପରେ ପରେ ଦକ୍ଷିଣ ଭାରତର ତାମିଲନାଡୁ ମଧ୍ୟ ମେ ୩୧ ପର୍ଯ୍ୟନ୍ତ ଲକ୍-ଡାଉନ୍ ବୃଦ୍ଧି କରିଛି । ଏହି ୨ଟି ରାଜ୍ୟରେ ଲଗାତାର କରୋନା ମାମଲା ବଢିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ଲକ୍-ଡାଉନ୍-୪ ର ଗାଇଡଲାଇନ୍ ଘୋଷଣା କରିପାରନ୍ତି ସରକାର । କିନ୍ତୁ ଏହା ପୂର୍ବରୁ ହିଁ ମହାରାଷ୍ଟ୍ର ଓ ତାମିଲନାଡୁ ନିଜ ନିଜ ରାଜ୍ୟରେ ଲକ୍-ଡାଉନ୍ ଅବଧିକୁ ବୃଦ୍ଧି କରିଛନ୍ତି ।

Get real time updates directly on you device, subscribe now.