fbpx

ପ୍ରବଳ ବର୍ଷା ନେଇ ୧୩ଜିଲ୍ଲାକୁ ରେଡ଼ ୱାର୍ଣ୍ଣିଂ ଜାରି , ଜାଣନ୍ତୁ କେଉଁ କେଉଁ ଜିଲ୍ଲା

ଭୁବନେଶ୍ୱର, ୨୬ା୮(ଓଡ଼ିଶା ଭାସ୍କର): ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ୱେଲ ମାର୍କ ଲୋ ପ୍ରେସରରେ ପରିଣତ ହୋଇଛି । ଏହା ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି । ଏହାସହ ଆଜି ୧୩ଜିଲ୍ଲାକୁ ରେଡ଼ ୱାର୍ଣ୍ଣିଂ ଜାରି କରାଯାଇଛି । ୧୩ଜିଲ୍ଲାଗୁଡ଼ିକ ସମ୍ବଲପୁର, ସୁବର୍ଣ୍ଣପୁର, ଝାରସୁଗୁଡ଼ା, ବରଗଡ଼, ବୌଦ୍ଧ, ବଲାଙ୍ଗିର, କଳାହାଣ୍ଡି, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ଢ଼େଙ୍କାନାଳ ଓ ମୟୁରଭଞ୍ଜ । ୧୧ଜିଲ୍ଳାକୁ ଅରେଞ୍ଜ ଓ ଅନ୍ୟ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଅନ୍ୟପଟେ ରାଜ୍ୟରେ ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀ ପ୍ରତିକ୍ରିୟା ରଖି କହିଛନ୍ତି ଯେ ରାଜ୍ୟ ସାରା ବର୍ଷା ହୋଇଛି ଓ ତଳି ଅଞ୍ଚଳର ପାଣି ଜମିଛି । ତେଣୁ ଜଳ ସମ୍ପଦ ବିଭାଗକୁ ଜଳ ନିଷ୍କାସନ ଲାଗି ନିର୍ଦ୍ଦେଶ ଦିଆଯାଇଛି । ବନ୍ୟା ସ୍ଥିତି ନେଇ ଜିଲ୍ଲାପାଳମାନେ ସଜାଗ ରହିଛନ୍ତି । ଲୋକଙ୍କୁ ଉଦ୍ଧାର ଓ ରିଲିଫ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ପଡ଼ିଲେ ଶୁଖିଲା ଓ ରନ୍ଧା ଖାଦ୍ୟ ଦେବାକୁ କୁହାଯାଇଛି ।

Get real time updates directly on you device, subscribe now.