fbpx

ଆଜିଠୁ ରାଜ୍ୟରେ କମିବ ବର୍ଷା କିନ୍ତୁ ଦୁଇ ଜିଲ୍ଲାରେ ପ୍ରବଳ ବର୍ଷିବ, ଜାଣନ୍ତୁ କେଉଁ ଦୁଇ ଜିଲ୍ଲା

ଭୁବନେଶ୍ୱର, ୨୨/୯(ଓଡିଶା ଭାସ୍କର): ଲଘୁଚାପ ପାଇଁ ରାଜ୍ୟରେ ବର୍ଷା ଜାରି ରହିଛି। କିନ୍ତୁ ଆଜିଠୁ ରାଜ୍ୟରେ  ବର୍ଷା କମିବ ବୋଲି ଜଣାପଡିଛି। ଏହାସହ ୨ ଜିଲ୍ଲାରେ  ପ୍ରବଳ ବର୍ଷା ହେବ। ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଲଘୁଚାପ ପ୍ରଭାବରେ ଗତ ୨ଦିନ ହେଲା ରାଜ୍ୟରେ  ପ୍ରବଳ ବର୍ଷା ହୋଇଛି।

ଗତ ୨୪ ଘଣ୍ଟାରେ ଉଲୁଣ୍ଡାରେ ସର୍ବଧିକ ୧୪୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସେହିପରିନବରଙ୍ଗପୁର ଓ ରାୟଗଡରେ ୧୧୦ ମିଲିମିଟର, ବାସୁଦେବପୁରରେ ୧୦୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସମୁଦ୍ର ଅଶାନ୍ତା ଥିବାରୁ ସମୁଦ୍ରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି। ଅନ୍ୟପଟେ୨୪ ତାରିଖରୁ ପୁଣି  ବର୍ଷା ବଢିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିିଳିଛି।

Get real time updates directly on you device, subscribe now.