fbpx

ଅନ୍ଧାରରେ ସ୍ମାର୍ଟଫୋନ୍‌ ବ୍ୟବହାର କରୁଥିଲେ ଏହି ସମସ୍ୟାରେ ପଡ଼ିପାରନ୍ତି, ଜାଣନ୍ତୁ

ପିଲା ହେଉ କି ବୃଦ୍ଧା ଏବେ ସମସ୍ତଙ୍କ ହାତରେ ଗୋଟେ ଗୋଟେ ସ୍ମାର୍ଟଫୋନ୍‌। ଶୋଇବା ସମୟତକ ଛାଡି ଦେଲେ ଦିନରାତି ଏହାର ବ୍ୟବହାର ହେଉଛି। ଅତ୍ୟଧିକ ସ୍ମାର୍ଟଫୋନ ବ୍ୟବହାର ସ୍ୱାସ୍ଥ୍ୟପ୍ରତି ହାନିକାରକ ହୋଇଥାଏ। ବିଶେଷ କରି ବହୁତ ଲୋକ ରାତିର ଅନ୍ଧାରରେ ଦୀର୍ଘ ସମୟ ପର୍ଯ୍ୟନ୍ତ ସ୍ମାର୍ଟଫୋନ ବ୍ୟବହାର କରିଥାନ୍ତି। ଅନ୍ଧାରରେ ସ୍ମାର୍ଟଫୋନ୍‌ ବ୍ୟବହାର କଲେ ଆଖି ଉପରେ ପ୍ରଭାବ ପଡିଥାଏ। ଅନ୍ଧାରରେ ସ୍ମାର୍ଟଫୋନ ବ୍ୟବହାର କଲେ ଆଉ କଣ କଣ ସମସ୍ୟା ଦେଖାଯାଇଥାଏ  ଆସନ୍ତୁ ଜାଣିବା।

ଅନ୍ଧାରରେ ମୋବାଇଲ ବ୍ୟବହାର କଲେ ଆଖିର ରେଟିନା ଉପରେ ବହୁତ ଖରାପ ପ୍ରଭାବ ପଡିଥାଏ।

ରକ୍ତରେ ମେଲାଟୋନିନ୍‌ ହରମୋନର ସ୍ତର କମିଯାଇଥାଏ ଯାହା ଫଳରେ ନିଦ ଠିକ ସେ ହୋଇନଥାଏ ।

ବ୍ରେନ ଟ୍ୟୁମର ହେବାର ଆଶଙ୍କା ବଢ଼ିଯାଇଥାଏ ଓ ସ୍ମରଣଶକ୍ତି ମଧ୍ୟ କମିଯାଇଥାଏ।

ମସ୍ତିଷ୍କକୁ ସିଗନାଲ ନେଉଥିବା ଆପ୍ଟିକ ସ୍ନାୟୁ ଉପରେ ଖରାପ ପ୍ରଭାବ ପଡିଥାଏ ଓ ଗ୍ଲୁକୋମା ସମସ୍ୟାରେ ପଡିବାର ଆଶଙ୍କା ସୃଷ୍ଟି ହୋଇଥାଏ।

ଅନ୍ଧାରରେର ସ୍ମାର୍ଟଫୋନର ବ୍ୟବହାର ଯୋଗୁଁ ଆଖି ତଳେ ଡାର୍କ ସର୍କଲ  ପଡିବାର ଆଶଙ୍କା ଦେଖାଦେଇଥାଏ।

 

Get real time updates directly on you device, subscribe now.