fbpx

ଗତ ୨୪ ଘଣ୍ଟାରେ କେଉଁଠି କେତେ ବର୍ଷା, ଜାଣନ୍ତୁ

ଭୁବନେଶ୍ୱର, ୨୬ା୮(ଓଡ଼ିଶା ଭାସ୍କର): ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି । ଏହାସହ ରାଜ୍ୟର କେତେକ ସ୍ଥାନରେ ବର୍ଷାର ପରିମାଣ କେତେ ରହିଛି ରେକର୍ଡ଼ କରାଯାଇଛି । ତେବେ ମର୍ଶାଘାଇରେ ସର୍ବାଧିକ ୨୩୪ ମିମି ବର୍ଷା, ଚମ୍ପୁଆରେ ୨୧୦, ବାରିପଦାରେ ୨୦୬, ବୌଦ୍ଧରେ ୨୦୮.୨ମିମି, କେନ୍ଦ୍ରାପଡ଼ାରେ ୧୯୩, ପଟ୍ଟାମୁଣ୍ଡାଇରେ ୧୮୫, ରଘୁନାଥପୁରରେ ୧୯୩ ମିମି, ଭୁବନେଶ୍ୱରରେ ୯୧.୬ ଓ କଟକରେ ୭୭.୮ ମିମି ବର୍ଷା ରେକର୍ଡ଼ କରାଯାଇଛି । ଅନ୍ୟପଟେ ପ୍ରବଳ ବର୍ଷା ଯୋଗୁଁ ଜଳକା ଓ ବୈତରଣୀ ନଦୀ ଜଳସ୍ତର ବଢ଼ିବାରେ ଲାଗିଛି ।ଏହାସହ ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିଛି ।

Get real time updates directly on you device, subscribe now.