fbpx

ବିପଦରେ ଓଡ଼ିଶା! ରାଜ୍ୟର ୩୦ଜିଲ୍ଲାରୁ ଆଜି ସର୍ବାଧିକ ୩୩୭୧ କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ ଆପଣଙ୍କ ଜିଲ୍ଲାରୁ କେତେ

ଭୁବନେଶ୍ୱର, ୨୬ା୮(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ସର୍ବାଧିକ ୩୦ ଜିଲ୍ଲାରୁ ୩୩୭୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୨୦୫୩ ଓ ସ୍ଥାନୀୟ ଅଞ୍ଚଳରୁ ୧୩୧୮ ଜଣ ଚିହ୍ନଟ ହୋଇଛନ୍ତି ।ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୭୬୦୨କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ତେବେ ଖୋର୍ଦ୍ଧାରୁ ୫୪୭, କଟକରୁ ୩୫୭, ଗଞ୍ଜାମରୁ ୧୯୬, ଯାଜପୁରରୁ ୧୭୩, ନୟାଗଡ଼ରୁ ୧୭୧, ସୁନ୍ଦରଗଡ଼ରୁ ୧୫୪, ରାୟଗଡ଼ାରୁ ୧୪୬, ପୁରୀରୁ ୧୪୪, ମାଲକାନଗିରିରୁ ୧୩୪, ଭଦ୍ରକରୁ ୧୧୪, ସମ୍ବଲପୁରରୁ ୧୦୭, ବାଲେଶ୍ୱରରୁ ୯୮, ବରଗଡ଼ରୁ ୯୮, ଜଗତସିଂହପୁରରୁ ୯୫, ଝାରସୁଗୁଡ଼ାରୁ ୯୩, ମୟୁରଭଞ୍ଜରୁ ୯୨,କୋରାପୁଟରୁ ୯୧, ବଲାଙ୍ଗୀରରୁ ୭୬, କେନ୍ଦ୍ରାପଡ଼ାରୁ ୭୬, କେନ୍ଦୁଝରରୁ ୭୪, ଢ଼େଙ୍କନାଳରୁ ୬୭, ନବରଙ୍ଗପୁରରୁ ୬୫, ଅନୁଗୁଳରୁ ୬୩, ଗଜପତିରୁ ୪୧, କନ୍ଧମାଳରୁ ୪୧, କଳାହାଣ୍ଡିରୁ ୨୮, ନୂଆପଡ଼ାରୁ ୧୫, ଦେଓଗଡ଼ରୁ ୮, ବୌଦ୍ଧରୁ ୪, ସୋନପୁରରୁ ୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.