fbpx

ହାଇଦ୍ରାବାଦ ପୋଲିସଙ୍କୁ ଧନ୍ୟବାଦ ଜଣାଇଲେ ନିର୍ଭୟାଙ୍କ ମା’

ନୂଆଦିଲ୍ଲୀ,୬ ।୧୨: ହାଇଦ୍ରାବାଦ ଗଣଦୁର୍ଷ୍କମ ମାମଲାରେ ଅଭିଯୁକ୍ତଙ୍କୁ ଆଜି ମିଳିଛି ଉଚିତ୍ ଶିକ୍ଷା । ଯେଉଁ ସ୍ଥାନରେ ରାଜପଥରେ ଗଣଦୁର୍ଷ୍କମର ଶିକାର ହୋଇଥିଲେ ମହିଳା ଡାକ୍ତର ଦିଶା, ସେହି ସ୍ଥାନରେ ଆଜି ୪ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି ତେଲେଙ୍ଗାନା ପୋଲିସ । ଏହି ଘଟଣା ପରେ ହାଇଦ୍ରାବାଦ ପୋଲିସକୁ ଶୁଭେଚ୍ଛାର ସୁଅ ଛୁଟୁଛି । ଦିଶାଙ୍କ ପରିବାର ପରେ ହାଇଦ୍ରାବାଦ ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି ନିର୍ଭୟାଙ୍କ ମା’ ।

ନିର୍ଭୟାଙ୍କ ମା’ ଆଶା ଦେବୀ ଧନ୍ୟବାଦ ଦେବା ସହ କହିଛନ୍ତି ଯେ, ଅନ୍ତତଃ ଜଣେ ଝିଅକୁ ନ୍ୟାୟ ମିଳିଲା । ପୋଲିସ ଭଲ କାମ କରିଛି । ନ୍ୟାୟ ପାଇଁ ମୁଁ ୭ ବର୍ଷ ହେଲା ସଂଘର୍ଷ କରୁଛି । ୭ ବର୍ଷ ପରେ ବି ବିର୍ଭୟାକୁ ନ୍ୟାୟ ମିଳୁନି । କିନ୍ତୁ ସପ୍ତାହ ମଧ୍ୟରେ ଦିଶାକୁ ନ୍ୟାୟ ମିଳିବାରୁ ମୁଁ ବହୁତ ଖୁସି ଅଛି ।

ଅନ୍ୟପଟେ ନିର୍ଭୟାଙ୍କ ବାପା କହିଛନ୍ତି ଯେ, ପ୍ରତିଦିନ ଆମେ ମରୁଛୁ, କିନ୍ତୁ ଅଭିଯୁକ୍ତ ଆଜି ବି ବଞ୍ଚିଛି ।’ ତେବେ ଅଭିଯୁକ୍ତଙ୍କୁ କଣ ପାଇଁ ଆଜି ଯାଏଁ ସୁରକ୍ଷାକର୍ମୀ ଜଗିଛନ୍ତି ବୋଲି ନିର୍ଭୟାଙ୍କ ବାପା ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।

Get real time updates directly on you device, subscribe now.