fbpx
BJD SKY
BJD SKY

ଅଦ୍ଭୁତ ଚମତ୍କାର! ଏହି ମନ୍ଦିରରେ ଶିବଲିଙ୍ଗ ଉପରେ ଦେଖାଗଲେ ସ୍ୱୟଂ ଭୋଲେନାଥ

BJD

ଅଲିଗଡ଼:ପ୍ରକୃତିର ଖେଳ ବି ବହୁତ ନିଆରା । କେତେବେଳେ ଭଗବାନ ଗଛ, ଫଳ ଓ ପତ୍ର ଦେଖାଦେଉଛନ୍ତି ତ ଆଉ ପ୍ରକୃତିର ଅନେକ ଚମତ୍କାରିତା ଦେଖିବାକୁ ମିଳୁଛି । ଏହାରି ମଧ୍ୟରେ ଏକ ଶିବ ମନ୍ଦିରରେ ଅଲୌକିକ ଦୃଶ୍ୟ ଦେଖିବାକୁ ମିଳିଛି । ଶିବଲିଙ୍ଗରେ ଭଗବାନଙ୍କ ଆଖି ଓ ନାକ ଦୃଶ୍ୟମାନ ହୋଇଛି ।

ତେବେ ଏହା ଆମେ କହୁନି, ମନ୍ଦିରେ ଉପସ୍ଥିତ ଥିବା ଭକ୍ତ ଏପରି ମତ ରଖିଛନ୍ତି । ଉତ୍ତରପ୍ରଦେଶର ଜଲାଲୀ ସହରର ପ୍ରସିଦ୍ଧ ଶ୍ରୀ ଭାନଖଣ୍ଡେଶ୍ୱର ମହାଦେବ ମନ୍ଦିରରେ ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥିବା ସାମ୍ନାକୁ ଆସିଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ରବିବାର ରାତି ୯ଟା ସମୟରେ ଶିବ ଲିଙ୍ଗରେ ଏକ ଚିତ୍ର ଦୃଶ୍ୟ ମାନ ହୋଇଥିଲା , ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲା ।

ଭଗବାନ ଶିବଙ୍କ ଆଖି, ନାକ ଏବଂ ପାଟି ଦୃଶ୍ୟମାନ ହୋଇଥିବା କହିଛନ୍ତି ସ୍ଥାନୀୟ ଲୋକେ । ଏହି ଖବର ସାମ୍ନାକୁ ଆସିବା ପରେ ମନ୍ଦିରର ଶହ ଶହ ଭକ୍ତଙ୍କ ସମାଗମ ହୋଇଥିଲା । ତେବେ କିଛି ସମୟ ପରେ ଏହା ଅଦୃଶ୍ୟ ମଧ୍ୟ ହୋଇଯାଇଥିଲା । ଏହି ଚମକ୍ରାର ଶିବଲିଙ୍ଗକୁ ଦେଖିବା ପାଇଁ ଶତାଧିକ ଲୋକ ଜମା ହୋଇଥିବା ବେଳେ ଏହା କିଛି ସମୟ ମଧ୍ୟରେ ଉଭାନ୍ ହୋଇଥିଲା, ଯାହାକି ଏହି ବିଷୟକୁ ନେଇ ମନରେ ଆହୁରୀ କୌତୁହଳ ସୃଷ୍ଟି କରୁଛି । ସୋସିଆଲ ମିଡିଆରେ ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

Get real time updates directly on you device, subscribe now.