ଫେସବୁକରେ ୫୩ କୋଟି ୟୁଜର୍ସଙ୍କ ତଥ୍ୟ ଚୋରି, ରହିଛି ୬୦ ଲକ୍ଷ ଭାରତୀୟଙ୍କ ଆକାଉଣ୍ଟ ତଥ୍ୟ

News across the Earth, news close to your heart, Read Odisha Bhaskar English

ନୂଆଦିଲ୍ଲୀ  ,୫ା୪ (ଓଡିଶା ଭାସ୍କର)  ଫେସବୁକରେ ତଥ୍ୟର ଗୋପନୀୟତା ରକ୍ଷା ନେଇ ସବୁବେଳେ ପ୍ରଶ୍ନ  ଉଠିଥିବାବେଳେ ଏବେ ପୁଣି ଫେସବୁକରୁ ତଥ୍ୟ ଚୋରି ର ଅଭିଯୋଗ ଆସିଛି । ସୂଚନା ଅନୁଯାୟୀ ଫେସବୁକରୁ ପ୍ରାୟ ୫୩ କୋଟି ୟୁଜର୍ସଙ୍କ ତଥ୍ୟ ଚୋରି ହୋଇଛି।  ୧୦୬ ଦେଶର ୟୁଜର୍ସଙ୍କ ତଥ୍ୟ ଚୋରି ହୋଇଥିବାବେଳେ ସେଥିମଧ୍ୟରୁ ୬୦ ଲକ୍ଷ ଭାରତୀୟଙ୍କ ଆକାଉଣ୍ଟରୁ  ତଥ୍ୟ ଚୋରି ହୋଇଥିବା ସୂଚନା ମିଳିଛି ।

ସୁରକ୍ଷା ଗବେଷକ ଆଲନ ଗଲଙ୍କ ସୂଚନା ଅନୁଯାୟୀ ଏହା ଏକ ବଡ ଧରଣର ତଥ୍ୟ ଚୋରି । ଇନସାଇଡରର ସୂଚନା ଅନୁଯାୟୀ ଏହି ତଥ୍ୟରେ କେବଳ ଆମେରିକାର ପ୍ରାୟ ୩ କୋଟି ଫେସବୁକ ବ୍ୟବହାରୀଙ୍କ ତଥ୍ୟ ଲିକ୍ ହୋଇଛି, ସେହିଭଳି ବ୍ରିଟେନର ୧ କୋଟି ଫେସବୁକ ବ୍ୟବହାରକାରୀଙ୍କ ତଥ୍ୟ ଲିକ୍ ହୋଇଛି । ଏହି ତଥ୍ୟ ଇଣ୍ଟରନେଟରେ ମାଗଣାରେ ଉପଲବ୍ଧ ହେଉଛି । କେହିବି ହ୍ୟାକର ସହଜରେ ଏହି ତଥ୍ୟର ଅପବ୍ୟବହାର କରିପାରେ ।

ଲିକ୍ ହୋଇଥିବା ତଥ୍ୟ ମଧ୍ୟରେ ବ୍ୟବହାରକାରୀଙ୍କ ଫୋନ ନମ୍ବର , ଫେସବୁକ ଆଇଡି, ବ୍ୟବହାରକାରୀଙ୍କ ପୁରା ନାମ, ଜନ୍ମ  ତାରିଖ, ଇ-ମେଲ ଆଇଡି ଭଳି ଗୁରୁତ୍ୱପୂର୍ଣ୍ଣ  ତଥ୍ୟ ରହିଥିବା ସୂଚନା ମିଳିଛି ।

ଫେସବୁକର କହିବା ଅନୁଯାୟୀ ଏହି ତଥ୍ୟ ୨୦୧୯ ରେ ଏକ ସୁରକ୍ଷା ତ୍ରୁଟି ଯୋଗୁଁ ଲିକ୍ ହୋଇଥିଲା ଯାହାକୁ ସେହି ବର୍ଷ ଅଗଷ୍ଟ  ମାସରେ ହିଁ ଠିକ୍ କରାଯାଇଥିଲା ।

Get real time updates directly on you device, subscribe now.