fbpx

ରୂପ ବଦଳାଇବ ଫେସବୁକ

ସୋସିଆଲ ମିଡିଆରେ ସବୁଠାରୁ ଅଧିକ ବ୍ୟବହୃତ ହେଉଥିବା ଫେସବୁକ ଖୁବଶୀଘ୍ର ନିଜର ରୂପ ବଦଳେଇବାକୁ ଯାଉଛି। ଏଣିକି ପୁରୁଣା ଫେସବୁକକୁ ବିଦାୟ ଦେବାର ସମୟ ଆସିଛି ।ସେପ୍ଟେମ୍ବରରୁ ନୂଆ ଫର୍ମାଟରେ ଫେସବୁକ ଉପଲବ୍ଧ ହେବ । ଏହି ସୋସିଆଲ୍ ନେଟୱାର୍କିଂ ପ୍ଲାଟଫର୍ମ ନିଷ୍ପତ୍ତି ନେଇଛି ଯେ ବ୍ୟବହାରକାରୀଙ୍କ ପାଇଁ ଏହା ଅଧିକ ସହଜ ଏବଂ ସୁବିଧାଜନକ ହେବା ଉଚିତ ଏବଂ ଏଥିପାଇଁ ଫେସବୁକ୍ ଏହାର ପ୍ରୋଫାଇଲ୍ ପରିବର୍ତ୍ତନ କରିବାକୁ ଯାଉଛି ।

ନୂଆ ଡିଜାଇନ ସହ ଏଥିରେ ଉନ୍ନତ ଉପଭୋକ୍ତା ଇଣ୍ଟରଫେସ୍ ସହିତ ଅପ୍ଟିମାଇଜେସନ୍ ଏବଂ ଷ୍ଟ୍ରିମାଇନ୍ ସୁବିଧା ଯୋଗାଇ ଦିଆଯାଉଛି । ଉପଭୋକ୍ତାଙ୍କ ଲାଗି ଉଭୟ ଫେସବୁକ୍ ଡିଜାଇନକୁ ପରିବର୍ତ୍ତନ କରିବା ପାଇଁ ଏକ ବିକଳ୍ପ ମଧ୍ୟ ଅଛି ଏବଂ ନୂତନ ସାଇଟରେ ସେମାନଙ୍କୁ ଡାର୍କ ମୋଡ୍ ଦିଆଯାଉଛି ।

Get real time updates directly on you device, subscribe now.