fbpx

ବଢୁଛି ମହାନଦୀ: ଏହି ଜିଲ୍ଲାରେ ବନ୍ୟା ଆଶଙ୍କା

କଟକ,୨୮/୮(ଓଡ଼ିଶା ଭାସ୍କର): ଧୀରେ ଧୀରେ ମହାନଦୀର ପାଣି ବଢ଼ିବାରେ ଲାଗିଛି। ଫଳରେ କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ବନ୍ୟା ଆଶଙ୍କା ରହିଛି। କାଲି ସୁଦ୍ଧା ମୁଣ୍ଡଳୀରେ ୯ ଲକ୍ଷ କ୍ୟୁସେକ ଜଳ ନିଷ୍କାସିତ ହେବା ସମ୍ଭାବନା ରହିଛି। କଟକ କହ୍ନେଇପୁର ଅଞ୍ଚଳରେ ନଦୀ କୂଳିଆ ଘର ବୁଡ଼ିସାରିଛି। ଗୋଟିଏ ଘରର ୯ ଜଣଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ ।

ତେବେ ଖଇରମାଳ ଦେଇ ନିଷ୍କାସିତ ହେଉଛି ୯.୩୯ ଲକ୍ଷ କ୍ୟୁସେକ ଜଳ । ସେହିପରି ବରମୂଳରେ ୬.୧୦ ଲକ୍ଷ ଓ ମୁଣ୍ଡଳୀରେ ୭.୫୪ ଲକ୍ଷ କ୍ୟୁସେକ ଜଳ ନିଷ୍କାସିତ ହେଉଛି ।

Get real time updates directly on you device, subscribe now.