fbpx

Video: ଆଇପିଏଲ୍ ୨୦୨୩ ର ଦୀର୍ଘତମ ଛକା ମାରିଲେ ଫାଫ୍ ଡୁ ପ୍ଲେସିସ୍, ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ

ବାଙ୍ଗଲୋର: ଆଜି ଆଇପିଏଲରେ ଆରସିବି ଏବଂ ଲକ୍ଷ୍ନୌ ମଧ୍ୟରେ ମ୍ୟାଚ୍ ଖେଳାଯାଉଛି। ଏହି ମ୍ୟାଚରେ ଆରସିବି ଜବରଦସ୍ତ ବ୍ୟାଟିଂ କରି ଲକ୍ଷ୍ନୌ ଆଗରେ ୧୧୩ ରନର ବିଶାଳ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ପ୍ରଥମେ କୋହଲିଙ୍କ ପରେ କ୍ୟାପଟେନ ଫାଫ୍ ଡୁ ପ୍ଲେସିସ୍ ଏକ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିଥିଲେ। ଏହି ମ୍ୟାଚରେ କ୍ୟାପଟେନ ଫାଫ୍ ନିଜ ଆଇପିଏଲ୍ ୨୦୨୩ ର ଦୀର୍ଘତମ ଛକା ମାରିଛନ୍ତି। ଫାଫ୍ ‘ଙ୍କର ଏହି ଛକା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥି। ଏହି ବିଶାଳ ଛକା ମାରି ଫାଫ୍ ବଲକୁ ପଡିଆ ବାହାରେ ପକାଇ ଦେଇଥିଲେ।

ଏହି ଛକା ଫାଫ୍ ରବି ବିଷ୍ଣୋଇଙ୍କୁ ମାରିଥିଲେ। କ୍ୟାପଟେନ ଫାଫଙ୍କୁ ଆଜି ଏକ ଭିନ୍ନ ଢଙ୍ଗରେ ଦେଖିବାକୁ ମିଳିଥିଲା। ରବି ବିଷ୍ଣୋଇଙ୍କ ଓଭରର ଚତୁର୍ଥ ବଲରେ ଫାଫ୍ ନିଜର ବାହୁ ଖୋଲିଥିଲେ। ଏବଂ ଦୀର୍ଘତମ ୧୧୫ ମିଟର ଛକା ମାରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ନନ୍ ଷ୍ଟ୍ରାଇକରେ ବ୍ୟାଟିଂ କରୁଥିବା ମ୍ୟାକ୍ସୱେଲ ମଧ୍ୟ ଫାଫ୍’ଙ୍କର ଏହି ଛକ୍କା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

Get real time updates directly on you device, subscribe now.