fbpx

ଅସଲି ଡାକ୍ତରଙ୍କ ଡିଗ୍ରୀକୁ ନେଇ ମେଡିକାଲ୍ ଅଫିସର ଭାବରେ କାମ କରୁଥିଲେ ନକଲି ମହିଳା, ଜାଣନ୍ତୁ କେମିତି ଖୋଲିଲା ରହସ୍ୟ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଗ୍ୱାଲିୟରରେ ଘଟିଛି ଏହିପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ଏକ ଅସଲି ଡାକ୍ତର ଡିଗ୍ରୀକୁ ନେଇ ଜଣେ ନକଲି ମହିଳା ମହାରାଷ୍ଟ୍ରରେ ମେଡିକାଲ୍ ଅଫିସର ପାଲଟି ଯାଇଥିଲେ । ତେବେ ଏହି ନକଲି ମହିଳାଙ୍କ ପୋଲ୍ ସେତେବେଳେ ଖୋଲି ଯାଇଥିଲା ଯେତେବେଳେ ସେ ମେଡିକାଲ୍ କଲେଜ ପହଞ୍ôଚ ଅସଲି ମହିଳା ଡାକ୍ତରଙ୍କ ଡୁପ୍ଲିକେଟ୍ ଡିଗ୍ରୀ ସାର୍ଟିଫିକେଟ୍ କାଢିବାକୁ ଚେଷ୍ଟା କରୁଥିଲେ । ଏବେ ପୋଲିସ ଅଭିଯୁକ୍ତ ମହିଳା ଓ ତାଙ୍କ ସହଯୋଗୀଙ୍କୁ ଗିରଫ କରିଛି ।
ଏହି ଯୁବତୀ ଜଣକ ମହାରାଷ୍ଟ୍ର ମାଲେଗାଓଁ ନଗର ନିଗମରେ ରିଜିଓନାଲ୍ ମେଡିକାଲ୍ ଅଫିସର ପଦରେ କାମ କରି ଆସୁଥିଲେ ।

ମହିଳା ଜଣକ ଅନ୍ୟ ଜଣେ ଅସଲି ଡାକ୍ତର ଯୁବତୀଙ୍କ ସାର୍ଟିଫିକେଟ୍କୁ ହାସଲ କରି ଏହି ଚାକିରୀ କରି ଆସୁଥିଲେ । କିନ୍ତୁ ଯେତେବେଳେ ସେ ଅସଲି ଡାକ୍ତରଙ୍କ ଡୁପ୍ଲିକେଟ୍ କପି କାଢିବାକୁ ଚେଷ୍ଟା କରୁଥିଲେ ସେତେବେଳେ ତାଙ୍କୁ ମେଡିକାଲ୍ କଲେଜର କ୍ଲର୍କ ଧରି ପାରିଥିଲେ । ଏବେ ପୋଲିସ ଏହି ମାମଲାରେ ମହିଳା ଓ ତାଙ୍କର ଜଣେ ସହଯୋଗୀଙ୍କୁ ଗିରଫ କରି ପଚରାଉଚୁରା ଜାରି ରଖିଛି ।

ମହାରାଷ୍ଟ୍ରର ମାଲେଗାଓଁରେ ରହୁଥିବା ଏହି ମହିଳା ଓ ତାଙ୍କ ସହଯୋଗୀ ମହମ୍ମଦ ଶଫିକ୍ ଗ୍ୱାଲିୟର ନିବାସୀ ଡା. ପ୍ରତୀକ୍ଷା ଶର୍ମାଙ୍କ ଡିଗ୍ରୀର ଡୁପ୍ଲିକେଟ୍ ହାସଲ କରିବାର ଚକ୍କର ଚଲାଇଥିଲେ । ଡା. ପ୍ରତୀକ୍ଷା ଶର୍ମା ୫ ବର୍ଷ ତଳେ ଜିଆର୍ଏମସି ମେଡିକାଲ୍ କଲେଜରୁ ସ୍ନାତକ ଡିଗ୍ରୀ ହାସଲ ପରେ ଦିଲ୍ଲୀରେ ପିଜି କରୁଛନ୍ତି । ଧୋକାବାଜ ମହିଳା ଜଣକ ନିଜକୁ ପ୍ରତୀକ୍ଷା ଶର୍ମା ଦର୍ଶାଇ କଲେଜରେ ଆବେଦନ କରିଥିଲେ ଯେ, ତାଙ୍କ ଡିଗ୍ରୀ ସାର୍ଟିଫିକେଟ୍ ହଜିଯାଇଛି । ଏଣୁ ତାଙ୍କୁ ଏକ ଡୁପ୍ଲିକେଟ୍ ସାର୍ଟିଫିକେଟ୍ ଦିଆଯାଉ । କିନ୍ତୁ ମେଡିକାଲ୍ କଲେଜ କ୍ଲର୍କଙ୍କୁ ମହିଳାଙ୍କ ଉପରେ ସନ୍ଦେହ ହେବାରୁ ସେ ସେଠିକାର କର୍ପୋରେଟ୍ ଙ୍କୁ ଏ ବିଷୟରେ ସୂଚନା ଦେଇଥିଲେ । ଏହାପରେ କର୍ପୋରେଟର ଝାନ୍ସୀ ରୋଡ୍ ଥାନାରେ ପହଞ୍ôଚ ଏ ବିଷୟରେ ଅଭିଯୋଗ କରିଥିଲେ । ଏବେ ପୋଲିସ ମହିଳା ଓ ତାଙ୍କ ସହଯୋଗୀଙ୍କୁ ଗିରଫ କରିଛି ।

Get real time updates directly on you device, subscribe now.