fbpx
BJD SKY
BJD SKY

ଭୁବନେଶ୍ୱରରେ ମାଳମାଳ ଜାଲ୍ ନୋଟ୍: ସାବଧାନ ରାଜଧାନୀବାସୀ, ବାଂଲାଦେଶ-ନେପାଳକୁ ଲମ୍ବିଛି ଚେର, ଆତଙ୍କବାଦୀ-ମାଓବାଦୀ ସମ୍ପୃକ୍ତି

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାରେ ନକଲି ନୋଟ କାରବାର ବଢ଼ିବାରେ ଲାଗିଛି । ବାହାର ଦେଶର ଦଲାଲମାନେ ରାଜଧାନୀ ଭୁବନେଶ୍ୱରରେ ଏବେ ନିଜର ଆଡ୍ଡା ଜମାଇ ବସିଲେଣି । ଗତବର୍ଷ ୪୭ ଲକ୍ଷର ନକଲି ନୋଟ୍ ଜବତ ହୋଇଥିବା ବେଳେ ଏହି କାରବାର ପଛରେ ଆତଙ୍କବାଦୀ ଓ ମାଓବାଦୀଙ୍କ ସମ୍ପୃକ୍ତି ରହିଥିବା ଅନୁମାନ କରାଯାଉଛି । ଏଜେଣ୍ଟଙ୍କ ଜରିଆରେ ଆତଙ୍କବାଦୀ ସଂଗଠନଗୁଡ଼ିକ ଖୋଲା ବଜାରକୁ ନକଲି ନୋଟ୍ ଛାଡ଼ୁଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ନେପାଳରୁ ବିହାର, ଝାଡ଼ଖଣ୍ଡ ଦେଇ ଓଡ଼ିଶାକୁ ପ୍ରବେଶ କରୁଛି ଜାଲ ନୋଟ୍ । ସେହିପରି ବାଂଲାଦେଶରୁ କୋଲକାତା, ଖଡ଼ଗପୁର ଦେଇ ଓଡ଼ିଶାରେ ନକଲି କରେନ୍ସି କାରବାର କାୟା ମେଲାଇବାରେ ଲାଗିଛି । ରାଜ୍ୟର ଜଳେଶ୍ୱର, ଯାଜପୁର, କଟକ, ଭୁବନେଶ୍ୱର ଓ ପୁରୀର ବିଭିନ୍ନ ସ୍ଥାନକୁ ଏହା ସପ୍ଲାଏ କରାଯାଉଛି । ଅନ୍ୟ ରାଜ୍ୟରୁ ଆସୁଥିବା ଏହି ନୋଟକୁ ଓଡ଼ିଶାର ଏଜେଣ୍ଟମାନେ ବିଭିନ୍ନ ସ୍ଥାନରେ ଅତି ଚତୁରତାର ସହ ପହଞ୍ଚାଉଛନ୍ତି ।

ନକଲି ନୋଟ ଛାପୁଥିବା ଦଲାଲମାନେ ୧ ଲକ୍ଷ ଟଙ୍କାକୁ ୨୦-୨୫ ହଜାର ଟଙ୍କାରେ ବିକ୍ରି କରୁଛନ୍ତି । ଏହି ନକଲି ଟଙ୍କାକୁ ସାଧାରଣ ଜନତାଙ୍କୁ ଦେଇ ସେମାନଙ୍କଠାରୁ ଅସଲି ନୋଟ୍ ନେଇଯାଉଛନ୍ତି । ତେବେ ଏହି କାରବାରୁ ଅର୍ଜିତ ଅର୍ଥରେ ଆତଙ୍କବାଦୀ ସଂଗଠନମାନେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ବନ୍ଧୁକ ଓ ବିସ୍ଫୋରକ ସମାଗ୍ରୀ କିଣୁଥିବା ଜଣାପଡ଼ିଛି । ଜାଲ ନୋଟ କାରବାରକୁ ନେଇ ଓଡ଼ିଶା ପୋଲିସ ୧୮୦ରୁ ଅଧିକ ମାମଲା ରୁଜୁ କରିବା ସହିତ ୧୦ ବର୍ଷ ମଧ୍ୟରେ ୩୨୩ ଜଣଙ୍କୁ ଗିରଫ କରିଛି । ଏକ ସପ୍ତାହ ତଳେ ବଲାଙ୍ଗିରରୁ ନକଲି ନୋଟ କାରବାରର ପର୍ଦ୍ଦାଫାସ ହୋଇଥିଲା । ଏହି ଚେର ରାଜଧାନୀ ପର୍ଯ୍ୟନ୍ତ ଲମ୍ବିଥିବା ଜଣାପଡ଼ିଛି । ତେବେ ଆପଣମାନେ ବ୍ୟବହାର କରୁଥିବା ନୋଟ ନକଲି ହୋଇଯାଇଥାଇପରେ, ତେଣୁ ସତର୍କ ରୁହନ୍ତି ।

Get real time updates directly on you device, subscribe now.