fbpx
BJD SKY
BJD SKY

ମାତ୍ର ୧୫୫ ଟଙ୍କାରେ Jio ଦେଉଛି ଅନଲିମିଟେଡ୍ କଲିଂ ସୁବିଧା: ୨ ଜିବି ଡାଟା ବି ମିଳୁଛି

BJD

ନୂଆଦିଲ୍ଲୀ: ଆଜିର ସମୟରେ ଇଣ୍ଟରନେଟ ଲୋକଙ୍କର ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟି ଯାଇଛି । ଲୋକମାନେ ଅଧିକ ସମୟ ସ୍ମାର୍ଟଫୋନରେ ବିତାଉଛନ୍ତି । ତେଣୁ ଗ୍ରାହକଙ୍କ ରୁଚିକୁ ଲକ୍ଷ୍ୟ ରଖି ଟେଲିକମ୍ କମ୍ପାନୀମାନେ ନୂଆ ନୂଆ ଲୋଭନୀୟ ଅଫର ଲଞ୍ଚ କରିଥାନ୍ତି । ତେବେ ଏହା ମଧ୍ୟରେ ଦେଶର ସର୍ବବୃହତ ଟେଲିକମ ସର୍ଭିସ ପ୍ରୋଭାଇଡର ରିଲାଏନ୍ସ ଜିଓ ଏକ ସ୍ପେଶାଲ୍ ପ୍ଲାନ୍ ଲଞ୍ଚ କରିଛିି ।

ଜିଓର ଏହି ଶାନଦାର ପ୍ଲାନରେ ଆପଣମାନେ ଅନଲିମିଟେଡ୍ କଲିଂ ସହିତ ଅନ୍ୟାନ୍ୟ ସୁବିଧା ମଧ୍ୟ ପାଇ ପାରିବେ । ଏହି ରିଚାର୍ଜ ପ୍ଲାନର ମୂଲ୍ୟ ମାତ୍ର ୧୫୫ ଟଙ୍କା ରହିଛି । ଏହି ପ୍ଲାନର ଖାସିୟତ ହେଉଛି ଏଥିରେ ଆପଣମାନେ ମାସ ସାରା ଅନଲିମିଟେଡ୍ କଲିଂର ଫାଇଦା ଉଠାଇ ପାରିବେ । ଏହି ପ୍ଲାନର ଅବଧି ୨୮ ଦିନ ପର୍ୟ୍ୟନ୍ତ ରହିଛି । ଏଥିସହିତ ୨ ଜିବିର ଇଣ୍ଟରନେଟ ସୁବିଧା ମଧ୍ୟ ମିଳୁଛି, ଯାହାକି ହାଇ ସ୍କିଡରେ କାମ କରିଥାଏ ।

ଏହି ପ୍ଲାନରେ ଗ୍ରାହକଙ୍କୁ ୩୦୦ ଏସଏମଏସ୍ ସୁବିଧା ମିଳିଥାଏ । ଏଥିସହିତ ଜିଓ ଟିଭି, ଜିଓ ସିନେମା, ଜିଓ ସିକ୍ୟୁରିଟି ଓ ଜିଓ କ୍ଲାଉଡ୍ ପରି ସର୍ଭିସେସର ଫ୍ରି ସବସ୍କ୍ରିପସନ ମଧ୍ୟ ମିଳୁଛି । ସୂଚନାଯୋଗ୍ୟ ଯେ, ଏହି ପ୍ଲାନ ବ୍ୟତୀତ ଜିଓର ଆହୁରି ଦୁଇଟି ଭଲ ପ୍ଲାନ ରହିଛି । ୩୪୯ ଟଙ୍କାରେ ଗ୍ରାହକମାନେ ଦୈନିକ ୨.୫ ଜିବି ଡାଟା ସହିତ ଅନଲିମିଟେଡ୍ କଲିଂ ସୁବିଧା ପାଇ ପାରିବେ । ଏହି ପ୍ଲାନର ଭାଲିଡିଟି ୨୮ ଦିନ ରହିଛି ଓ ଗ୍ରାହକମାନେ ଦିନକୁ ୧୦୦ଟି ଏସଏମଏସ୍ ପଠାଇ ପାରିବେ । ସେହିପରି ୮୯୯ ଟଙ୍କିଆ ପ୍ଲାନରେ ଗ୍ରାହକମାନେ ମଧ୍ୟ ଦୈନିକ ୨.୫ ଜିବି ଡାଟା ସହିତ ଅନଲିମିଟେଡ୍ କଲିଂ ସୁବିଧା ପାଇପାରିବେ । ଏହି ପ୍ଲାନର ଭାଲିଡିଟି ୯୦ ଦିନ ରହିଥିବା ବେଳେ ଦିନକୁ ୧୦୦ଟି ଏସଏମଏସ୍ ପଠାଇ ପାରିବେ । ଏହି ରିଚାର୍ଜ ଆପଣମାନେ ମାଇ ଜିଓ ଆପ୍, ଜିଓ ୱେବସାଇଟ୍ ଓ ଅନ୍ୟ ପ୍ଲାଟଫର୍ମ ମାଧ୍ୟମରେ କରିପାରିବେ ।

Get real time updates directly on you device, subscribe now.