fbpx

୨୨୫ ଟି ସହରରେ ଜୋମାଟୋ ବନ୍ଦ, ଆପଣଙ୍କ ସହରରେ ବନ୍ଦ ହେଉ ନାହିଁ ତ

Advertisement

ନୂଆଦିଲ୍ଲୀ : ଖାଦ୍ୟ ବିତରଣ କମ୍ପାନୀ ଜୋମାଟୋ କୋଟି କୋଟି ଟଙ୍କାର କ୍ଷତି ସହିଛି । ତୃତୀୟ ତ୍ରୈମାସିକ ଆର୍ଥିକ ଆୟ ରିପୋର୍ଟରେ ଜୋମାଟ କହିଛି ଆମର କ୍ଷତି ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ୨୨୫ ଟି ଛୋଟ ସହରରେ ଏହାର କାର‌୍ୟ୍ୟ ବନ୍ଦ କରିଥିବା କମ୍ପାନୀ ଘୋଷଣା କରିଛି। ଖାଦ୍ୟ ବିତରଣ ବ୍ୟବସାୟରେ ଡିସେମ୍ବର ଶେଷ ହୋଇଥିବା ତ୍ରୈମାସରେ କମ୍ପାନୀ ୩୪୬.୬ କୋଟି ଟଙ୍କା କ୍ଷତି କରିଛି।

सांकेतिक तस्वीर

ଖାଦ୍ୟ ବିତରଣ ସଂସ୍ଥା ମଧ୍ୟରୁ ଜୋମାଟୋ ହେଉଛି ଅନ୍ୟତମ। ଭାରତରେ ଅଧିକାଂଶ ବ୍ୟବହୃତ ଖାଦ୍ୟ ବିତରଣ ଆପ୍ । କିନ୍ତୁ ଦୁର୍ଭାଗ୍ୟର କଥା କମ୍ପାନୀ ଜାନୁଆରୀ ମାସରେ ୨୨୫ ଟି ଛୋଟ ସହରରୁ ବାହାରରେ ସେବା ବନ୍ଦ କରିବାର ନିଷ୍ପତ୍ତି ନେଇଛି। କିନ୍ତୁ ଆଶ୍ଚର‌୍ୟ୍ୟର କଥା ଛୋଟ ସହରରୁ ବାହାରରେ ସେବା ବନ୍ଦ କରିବା ସତ୍ତ୍ୱେ ମଧ୍ୟ ପ୍ରାୟ ୮୦୦ ଲୋକଙ୍କୁ ନିଯୁକ୍ତି ଦେବାକୁ ଯୋଜନା କରୁଛି ।

ଡିସେମ୍ବର ତ୍ରୈମାସରେ କମ୍ପାନୀ ୩୪୬.୬ କୋଟି ଟଙ୍କା କ୍ଷତି କରିଛି। ଏହି କାରଣରୁ, ଗତ ତ୍ରୈମାସରେ କମ୍ପାନୀର ୨୫୧କୋଟି ଏବଂ ଏକ ବର୍ଷ ପୂର୍ବେ ସମାନ ଅବଧିରେ ୬୩ କୋଟି କ୍ଷତି ହୋଇଥିଲା। ଖାଦ୍ୟ ବିତରଣ ବ୍ୟବସାୟରେ ହ୍ରାସ ହେତୁ କମ୍ପାନୀ ଏହି କ୍ଷତି ସହିଛି।

Get real time updates directly on you device, subscribe now.