fbpx

ରାଜଧାନୀରୁ ଗିରଫ ହେଲେ ନକଲି ପୋଲିସ୍: ଦାଦାବଟି ମାଗି ଲୋକଙ୍କୁ ଲୁଟୁଥିଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲି ଲୁଟ ଏକ ସାଧାରଣ କଥା ପାଲଟି ଗଲାଣି । ଯିଏ ଯେଉଁଠି ଚାହିଁଲା ଲୁଟ କଲା । ଆଜି ଜଣେ ଅବସର ପ୍ରାପ୍ତ ପୋଲିସ୍ କର୍ମଚାରୀ ନିରିହ ଯୁବକଙ୍କ ଠାରୁ ଲୁଟ କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି । ପୋଲିସ୍ ପରିଚୟ ଦେଇ ଯୁବକଙ୍କ ଠାରୁ ଟଙ୍କା ଲୁଟି ଥିବାରୁ ୨ଜଣଙ୍କୁ ଗିରଫ କରିଛି ପୋଲିସ୍  ।

ଗିରଫ ୨ଜଣଙ୍କ ମଧ୍ୟରେ ଜଣେ ହେଉଛନ୍ତି ଅବସରପ୍ରାପ୍ତ ପୋଲିସ୍ ଏଏସ୍ଆଇ ଜ୍ଞାନ ରଞ୍ଜନ ମହାନ୍ତି । ସେ ତାଙ୍କର ଜଣେ ସହଯୋଗୀଙ୍କ ସହ ୮ହଜାର ଟଙ୍କା ଲୁଟିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି । ସ୍ପେଶାଲ ସ୍କ୍ୱାଡ କହି ଯୁବକଙ୍କୁ ଧମକାଇ ୮ହଜାର ଟଙ୍କା ଲୁଟିଥିବା ସୂଚନା ମିଳିଛି ।

Get real time updates directly on you device, subscribe now.