fbpx
BJD SKY
BJD SKY

ଜନତା ସାବଧାନ: ମାର୍କେଟରେ ମାତିଛନ୍ତି ନକଲି ପୋଲିସ, ଲୁଟି ନେଉଛନ୍ତି ସୁନା ଅଳଙ୍କାର

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲି ଘରୁ ଏକା ବାହାରିବାକୁ ସତେ ଯେମିତି ଡର ଲାଗୁଛି । ଟିକିଏ ଅନ୍ୟମନସ୍କ ହେଲେ ପକେଟରୁ ମୋବାଇଲ, ପର୍ସରୁ ଟଙ୍କା, ଏଟିଏମ୍ ଗାଏବ୍ କରିଦେଉଛନ୍ତି ଲୁଟେରା । ଦୈନିକ ଖବରକାଗଜ ପୃଷ୍ଠା ଓଲଟାଇଲେ ଏଭଳି ନୂଆ ନୂଆ ତରିକାର ଲୁଟ୍ ବିଷୟରେ ଜାଣିବାକୁ ମିଳୁଛି । ସାଧାରଣ ଭାବେ ଅଧିକାଂଶ ମହିଳା, ଯୁବତୀମାନେ ସୁନା, ରୁପା ଅଳଙ୍କାର ପିନ୍ଧିବାକୁ ପସନ୍ଦ କରିଥାନ୍ତି । ଏପରିକି ପୁରୁଷମାନେ ମଧ୍ୟ ସୁନା ଚେନା, ମୁଦି, ବ୍ରେସଲେଟ୍ ପିନ୍ଧିବାକୁ ଭଲ ପାଆନ୍ତି ।

ତେବେ ଏହି ଅଳଙ୍କାର ଏବେ ସାଧାରଣ ଜନତାଙ୍କ ପାଇଁ କାଳ ସାଜିଛି । ବଜାରରେ ନକଲି ପୋଲିସ ସାଜି କିଛି ଲୁଟେରା ଲୁଟି ନେଉଛନ୍ତି ସୁନା ଗହଣା । ଲୋକମାନେ ନିଜର ସମସ୍ୟା ନେଇ ପୋଲିସ ନିକଟକୁ ଯାଇଥାନ୍ତି । ମାତ୍ର ଆମର ଦୁଃଖ ଶୁଣୁଥିବା ବ୍ୟକ୍ତି ଜଣଙ୍କ ଯଦି ଗୋଟିଏ ଲୁଟେରା ହୋଇଥିବ ତେବେ କ୍ଷେତ୍ରରେ ଆମେ କାହାକୁ ଦୋଷ ଦେବା । ଆଜିକାଲିର ହାଇପ୍ରୋଫାଇଲ ଲୁଟେରାମାନେ ପୋଲିସକୁ ମଧ୍ୟ ଚକମା ଦେବାକୁ ପଛାଉ ନାହାନ୍ତି ।

ସୂଚନା ମୁତାବକ, ନିକଟରେ କଟକ ଜିଲ୍ଲାରେ ଘଟିଛି ଏପରି ଏକ ଘଟଣା । ପୋଲିସର ପରିଚୟ ଦେଇ କିଛି ଲୁଟେରା ଜଣେ ବ୍ୟକ୍ତିଙ୍କ ଠାରୁ ଗହଣା ଲୁଟି ନେଇଛନ୍ତି । ମାଲଗୋଦାମ ଥାନା ଅନ୍ତର୍ଗତ ପାଟରାସାହି ଛକ ନିକଟରେ ଗତକାଲି ଅପରାହ୍ଣରେ ୨ ଜଣ ଦୁର୍ବୃତ୍ତ ଏହି କାଣ୍ଡ ଭିଆଇଥିଲେ । ଏହି ନକଲି ପୋଲିସ ତଥା ଲୁଟେରା ଜଣେ ୬୨ ବର୍ଷୀୟ ବୟସ୍କଙ୍କ ଠାରୁ ସୁନାଚେନ୍, ମୁଦି ଓ ବ୍ରେସଲେଟ ଲୁଟି ନେଇଛନ୍ତି । ବ୍ୟାଗ ଯାଞ୍ଚ କରିବା ବାହାନାରେ ନକଲି ପୋଲିସ ଅଳଙ୍କାର ଲୁଟି ନେଇଥିଲେ । ଲୁଟ୍ ବିଷୟରେ ଉକ୍ତ ବ୍ୟକ୍ତି ଜଣଙ୍କ ଜାଣିବା ବେଳକୁ ସବୁ ସରିଯାଇଥିଲା । ଏନେଇ ପୀଡ଼ିତ ବ୍ୟକ୍ତି ପୋଲିସରେ ମାମଲା ରୁଜୁ କରିଥିଲେ ।

Get real time updates directly on you device, subscribe now.