fbpx

ରାଜସ୍ଥାନ ବିପକ୍ଷରେ ଐତିହାସିକ ମ୍ୟାଚ ଖେଳିବେ କ୍ୟାପଟେନ କୁଲ: ସୃଷ୍ଟି ହେବ ବିରଳ ରେକର୍ଡ

ଚେନ୍ନାଇ: ଆଜି ଚିପାକ୍ ଷ୍ଟାଡିୟମରେ ରାଜସ୍ଥାନ ରୋୟଲ୍ସକୁ ଭେଟିବ ଚେନ୍ନାଇ ସୁପର କିଙ୍ଗସ । ତେବେ ଏହି ମ୍ୟାଚ କ୍ୟାପଟେନ କୁଲଙ୍କ ପାଇଁ ଏକ ଐତିହାସିକ ମ୍ୟାଚ ହେବାକୁ ଯାଉଛି । ଆଜି ଏକ ବିଶାଳ ରେକର୍ଡର ଅଧିକାରୀ ହେବାକୁ ଯାଉଛନ୍ତି ୟେଲୋ ଆର୍ମିର ବାଦଶାହ ଏମ.ଏସ ଧୋନୀ । ଆଇପିଏଲରେ ପ୍ରଥମ ଅଧିନାୟକ ଭାବରେ ସେ ଏହି ଇତିହାସ ଲେଖିବାକୁ ଯାଉଛନ୍ତି । ତେଣୁ ଏହି ଐତିହାସିକ ମ୍ୟାଚରେ ଦଳ ବିଜୟ ହାସଲ କରି ଧୋନୀଙ୍କୁ ସମ୍ମାନ ଦେବା ପାଇଁ ଚେଷ୍ଟା କରିବ ।

ରେକର୍ଡ ଅନୁସାରେ, ଆଜି ପ୍ରଥମ ଅଧିନାୟକ ଭାବରେ ଏମ.ଏସ ଧୋନୀ ଆଇପିଏଲରେ ୨୦୦ତମ ମ୍ୟାଚ ଖେଳିବାକୁ ଯାଉଛନ୍ତି । କୌଣସି ଆଇପିଏଲ ଟିମର ନେତୃତ୍ୱ ନେବାରେ ସେ ହେବାକୁ ଯାଉଛନ୍ତି ସ୍ୱର୍ଣ୍ଣିମ ଇତିହାସର ପ୍ରଥମ ଅଧ୍ୟାୟ । ତାଙ୍କ ପୂର୍ବରୁ କୌଣସି ଖେଳାଳି ଏହି ରେକର୍ଡ ନିକଟକୁ ପହଞ୍ଚି ପାରି ନାହାନ୍ତି । ତେଣୁ ଏହି ମ୍ୟାଚ ଧୋନୀଙ୍କ ପାଇଁ ସ୍ୱତନ୍ତ୍ର ଏବଂ ଐତିହାସିକ ହେବାକୁ ଯାଉଛି । କିନ୍ତୁ ଏହି ଖୁସି ଖବର ଭିତରେ କ୍ରିକେଟ ଫ୍ୟାନ୍ସଙ୍କ ମନରେ ଟିକିଏ ଭୟ ଦେଖିବାକୁ ମିଳିଛି । ଧୋନୀ ପୂର୍ବରୁ ଦେଇଥିବା ବୟାନକୁ ନେଇ ଧୋନୀଙ୍କ ଫ୍ୟାନ୍ସ ଶଙ୍କାରେ ପଡିଯାଇଛନ୍ତି । ପୂର୍ବରୁ ଧୋନୀ କହିଥିଲେ ଯେ, ସେ ଚିପାକ୍ ଷ୍ୟାଡିୟମରେ ନିଜର ଶେଷ ଆଇପିଏଲ ମ୍ୟାଚ ଖେଳିବେ । ତେବେ ଆଜି ଚିପାକରେ ଏହି ମ୍ୟାଚ ଖେଳାଯାଉଥିବା ବେଳେ ଧୋନୀଙ୍କ ପାଇଁ ଐତିହାସିକ ମ୍ୟାଚ । ଏହି ସ୍ୱତନ୍ତ୍ର ମୁହୂର୍ତ୍ତରେ ଧୋନୀ ନିଜ ଅବସର ଘୋଷଣା କରି ଦେବେନି ତ? ଏହି ପ୍ରଶ୍ନ ମାହିଙ୍କ ଫ୍ୟାନ୍ସଙ୍କୁ ବ୍ୟସ୍ତ ବିବ୍ରତ କରି ଦେଇଛି ।

ଧୋନୀ ହେଉଛନ୍ତି ଆଇପିଏଲ ଇତିହାସର ସବୁଠୁ ସଫଳ ଅଧିନାୟକ । ଆଜି ପର୍ଯ୍ୟନ୍ତ ୧୩ଟି ସଂସ୍କରଣ ଖେଳି ହୋଇଥିବା ବେଳେ ଚେନ୍ନାଇ ଧୋନୀଙ୍କ ନେତୃତ୍ୱରେ ୪ଥର ଟ୍ରଫି ଉପରେ କବଜା କରିଛି । ୧୩ଟି ସଂସ୍କରଣରୁ ସର୍ବାଧିକ ୧୧ଥର ପ୍ଲେଅଫରେ ସ୍ଥାନ ହାସଲ କରିଛି ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗସ । ଧୋନୀଙ୍କ ନେତୃତ୍ୱରେ ଚେନ୍ନାଇ ଏହି ବିରଳ ରେକର୍ଡ ସୃଷ୍ଟି କରିଛି । ତେଣୁ ଏହି ମ୍ୟାଚରେ ବିଜୟୀ ହୋଇ ଧୋନୀଙ୍କୁ ଉପହାର ଦେବାକୁ ଚେଷ୍ଟା କରିବ ୟେଲୋ ଆର୍ମି ।

Get real time updates directly on you device, subscribe now.