fbpx
BSKY
BJD SHG SKY
BJD MC SKY

ପ୍ରଧାନ ବିଚାରପତିଙ୍କ ନାଁରେ ଭାଇରାଲ ହେଲା ମିଥ୍ୟା ଖବର, ପୋଲିସ ରୁଜୁ କଲା ମାମଲା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ପକ୍ଷରୁ ସୋମବାର ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି ପ୍ରଧାନ ବିଚାରପତିଙ୍କ ନାମରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ମିଥ୍ୟା ଖବରକୁ ଖଣ୍ଡନ କରିଛି। ଏହି ପୋଷ୍ଟରେ ଦେଶର ସମ୍ବିଧାନକୁ ସଧାରଣ ଲୋକମାନେ ରକ୍ଷା କରିବାକୁ ସରକାରଙ୍କୁ ବିରୋଧ କରନ୍ତୁ ବୋଲି ପ୍ରଧାନ ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ଼ କହୁଥିବା ଦର୍ଶାଯାଇଛି ।

କୋର୍ଟ ପକ୍ଷରୁ କୁହାଯାଇଛି ଯେ, ପୋଲିସ ମାଧ୍ୟମରେ ଘଟଣା ଉପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ । କୋର୍ଟ ଘଟଣାର ସଜ୍ଞାନ ନେଇ କହିଥିଲେ ଯେ, ସୋସିଆଲ ମିଡିଆରେ ନଜର ଆସିଛି କି ପ୍ରଧାନ ବିଚାରପତିଙ୍କ ନାଁ ବ୍ୟବହାର କରି ମିଥ୍ୟା ଖବର ପ୍ରସାର କରାଯାଉଛି । ତେବେ ଏହି ଖବରରେ କୌଣସି ସତ୍ୟତା ନାହିଁ, ଭୁଲ୍ ଉଦେଶ୍ୟ ରଖି ଏହାକୁ କରାଯାଇଛି । ପ୍ରଧାନ ବିଚାରପତି ଏପରି କିଛି ପୋଷ୍ଟ କରି ନାହାନ୍ତି ଏବଂ ନାଁ ସେ ଏପରି କିଛି କହିଛନ୍ତି । ଏହି ସମ୍ବନ୍ଧରେ କାର୍ଯ୍ୟାନୁଷ୍ଟାନ ନିଆଯିବ ।

ନକଲି ପୋଷ୍ଟରେ ପ୍ରଧାନ ବିଚାରପତିଙ୍କୁ ଏହା ଲେଖାଯାଇଛି ଯେ ଆମେ ଭାରତର ସମ୍ବିଧାନ, ଭାରତର ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଛୁ, କିନ୍ତୁ ଏଥିରେ ଆପଣଙ୍କର ସହଯୋଗ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେବେ ଏଥିପାଇଁ ଲୋକମାନଙ୍କୁ ଏକଜୁଟ୍ ହୋଇ ରାସ୍ତାକୁ ଓହ୍ଲାଇବାକୁ ପଡ଼ିବ ଏବଂ ସରକାରଙ୍କୁ ନିଜର ହକ୍ ମାଗିବାକୁ ପଡ଼ିବ, ଆଉ ଆପଣଙ୍କୁ ଡରିବାର ନାହିଁ, ନିଜର ହକ୍ ପାଇଁ ଲଢେଇ କରିବାର ଅଛି । ସାହାସ କରନ୍ତୁ ଏବଂ ସରକାରଙ୍କୁ ହିସାବ ମାଗନ୍ତୁ ।

Get real time updates directly on you device, subscribe now.