fbpx

ଡାକ୍ତରୀ ଛାତ୍ର ମୃତ୍ୟୁ ମାମଲା: ଆତ୍ମହତ୍ୟା ନୁହେଁ, ହତ୍ୟା ଅଭିଯୋଗ ଆଣିଲେ ନିଶାନ୍ତଙ୍କ ପରିବାର ଲୋକେ

Advertisement

ବଲାଙ୍ଗୀର: ଡାକ୍ତରୀ ଛାତ୍ର ମୃତ୍ୟୁ ମାମଲାରେ ଆସିଛି ଆଉ ଏକ ନୂଆ ମୋଡ । ଏହାକୁ ଦୁର୍ଘଟଣା ନୁହେଁ ଏକ ହତ୍ୟା ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକେ । ମୃତ ଛାତ୍ର ନିଶାନ୍ତଙ୍କ ବାପା, ମାଆ ପୁଅର ମୃତ୍ୟୁର କାରଣ ରାଗିଂ ବୋଲି ଦର୍ଶାଇଛନ୍ତି । ଅର୍ଥାତ ପରୋକ୍ଷରେ କଲେଜ ଉପରେ ପୁଅର ମୃତ୍ୟୁର ଦୋଷ ଦେଇଛନ୍ତି ନିଶାନ୍ତଙ୍କ ଅଭିଭାବକ । କଲେଜ କର୍ତ୍ତୃପକ୍ଷ ଏବଂ ଛାତ୍ରଛାତ୍ରୀ ନିଶାନ୍ତଙ୍କ ମୃତ୍ୟୁ ପାଇଁ ପରୋକ୍ଷ ଭାବରେ ଦାୟୀ କରିଛନ୍ତି ।

ସୂଚନା ଅନୁସାରେ, ଗତକାଲି ବଲାଙ୍ଗୀର ମେଡିକାଲ କଲେଜ ହଷ୍ଟେଲ ଛାତରୁ ଖସି ମୃତ୍ୟୁବରଣ କରିଥିଲେ ନିଶାନ୍ତ । ତେବେ ବଲାଙ୍ଗୀରରେ ପହଞ୍ଚିବା ପରେ ନିଶାନ୍ତଙ୍କ ବାପା ମାଆ ଏହି ଘଟଣାକୁ ହତ୍ୟାର ରୂପ ଦେଇଛନ୍ତି । କେବଳ ସେତିକି ନୁହେଁ ନିଶାନ୍ତଙ୍କ ମୃତ୍ୟୁ ପାଇଁ ସେ କଲେଜ ଏବଂ ଛାତ୍ରଛାତ୍ରୀମାନଙ୍କୁ ପରୋକ୍ଷ ଭାବରେ ଦାୟୀ କରିଛନ୍ତି । କଲେଜରେ ହେଉଥିବା ରାଗିଂ ପୁଅର ଜୀବନ ନେଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି । ପୂର୍ବରୁ ରାଗିଂ ହେଉଥିବା ନେଇ ନିଶାପ୍ତ ସେମାନଙ୍କୁ କହିଥିଲେ । ଏହାସହ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ରାଗିଂ କରାଯାଉଥିବା ମଧ୍ୟ ସେ ବାପା ମାଆଙ୍କୁ କହିଥିଲେ ନିଶାନ୍ତ ।

ତେବେ ମୃତ୍ୟୁ ଦିନ ମଧ୍ୟାହ୍ନ ଭୋଜନ ପୂର୍ବରୁ ଓ ପରେ ମାଆଙ୍କ ସହ ଭିଡିଓ କଲରେ କଥା ହୋଇଥିବା ନିଶାନ୍ତଙ୍କ ମାଆ କହିଛନ୍ତି । ତେବେ ଏହାପରେ ସେ ଛାତରୁ ପଡି ମୃତ୍ୟୁବରଣ କରିଥିବା ଶୁଣିବାକୁ ପାଇଥିଲେ ପରିବାର ଲୋକେ । ତେଣୁ ପୁଅ ମୃତ୍ୟୁର କାରଣ କଲେଜରେ ଚାଲିଥିବା ରାଗିଂ ବୋଲି ସେମାନେ ଥାନାରେ ଅଭିଯୋଗ କରିଛନ୍ତି ।

Get real time updates directly on you device, subscribe now.