fbpx

(Video)ଅଭିନୟ ଛାଡି ରାଜରାସ୍ତାରେ ସୁପରଷ୍ଟାର ରଜନୀକାନ୍ତ…ଚପଲ ଓ ସର୍ଟସ୍ ପିନ୍ଧି ବିକୁଛନ୍ତି ଚା’!

Advertisement

ମୁମ୍ବାଇ; ଜଣେ କଳାକାର ଦର୍ଶକଙ୍କ ଆଗରେ ନିଜକୁ ସମ୍ପୂର୍ଣ୍ଣ ସମର୍ପଣ କରିଥାଏ । ମନରେ କେତେ ଦୁଃଖ କଷ୍ଟ ଅଛି ସେ ସବୁ ସମସ୍ତଙ୍କୁ ଲୁଚାଇ ନିଜର ଅଭିନୟ ଜାରି ରଖିଥାନ୍ତି । କେତେବେଳେ କମେଡି ତ ପୁଣି କେତେବେଳେ ଭରା ଅଭିନୟ କରି ସମସ୍ତଙ୍କୁ ମନୋରଞ୍ଜନ କରାଇଥାନ୍ତି । ହେଲେ ସେମାନଙ୍କ ବାସ୍ତବ ଜୀବନରେ କଣ ସବୁ ସୁବିଧା ଅସୁବିଧା ଅଛି ସେ କଥା କେହି କେତେବେଳେ ପଚାରି ନଥାନ୍ତି । ଯାହାକୁ ନେଇ କିଛି କିଛି କଳାକାର ବାଧ୍ୟ ହୋଇ ନିଜର ପରିବାର ଚଳେଇବା ପାଇଁ ଅଭିନୟ ସହ ଅନେକ ସଂଘର୍ଷ ମଧ୍ୟ କରିଥାନ୍ତି । ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମ ଜରିଆରେ ଏଭଳି ଘଟଣା ଆମେ ବହୁବାର ଦେଖିବାକୁ ମଧ୍ୟ ପାଇଥାନ୍ତି । ଠିକ୍ ଏହିପରି ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଛି ।

ସିନେ ଜଗତର ସାଉଥି ସୁପରଷ୍ଟାର ରଜନୀକାନ୍ତଙ୍କୁ କିଏ ବା ନଜାଣେ । ନିଜର ଦମଦାର ଅଭିନୟ ଓ ଆକ୍ସନ ପାଇଁ ଆଜି ସେ ଘରେ ଘରେ ଜଣେ ଭେଟେରାନ ଅଭିନେତା ଭାବେ ପରିଚିତ । ରଜନୀକାନ୍ତଙ୍କ ବୟସ ଆଜି ଅପରାହ୍ନରେ ପହଞ୍ଚିଛି ସତ ହେଲେ ଆଜି ବି ସେ ସେହିଭଳି ନିଜର କ୍ରେଜ ବଞ୍ଚାଇ ରଖିଛନ୍ତି । ତେବେ ଏହି ସୁପରଷ୍ଟାରଙ୍କ ଚଳଣୀକୁ ନେଇ ବର୍ତ୍ତମାନ ଏକ ରୋଚକ ଘଟଣା ସାମ୍ନାକୁ ଆସିଛି । ରାସ୍ତା କଡରେ ଚପଲ ଓ ସର୍ଟସ୍ ପିନ୍ଧି ସେ ଚା’ ବିକୁଥିବା ନଜର ଆସିଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ସମସ୍ତେ ଏହି ଭିଡିଓ ଦେଖି, ବୋଧ ହୁଏ ସେ ଅଭିନୟ କରୁଛନ୍ତି ବୋଲି ସମସ୍ତେ ଅନୁମାନ କରିଥିଲେ । କିନ୍ତୁ ବାସ୍ତବରେ ଘଟଣା କିଛି ଭିନ୍ନ ଥିଲା । ପ୍ରକୃତରେ ଭିଡିଓରେ ଥିବା ବ୍ୟକ୍ତି ଜଣଙ୍କ ସାଉଥ୍ ସୁପରଷ୍ଟାର ରଜନୀକାନ୍ତ ନୁହନ୍ତି । ଭିଡିଓରେ ଥିବା ବ୍ୟକ୍ତି ଜଣକ ରଜନୀକାନ୍ତଙ୍କ ଡୁପ୍ଲିକେଟ ବୋଲି ଜଣାପଡିଛି ।

ସୁଧାକର ପ୍ରଭୁ ନାମକ କେରଳର ଜଣେ ଚା’ ଦୋକାନୀ ଅବିକଳ ରଜନୀକାନ୍ତ ପରି ଦେଖାଯାଆନ୍ତି । କେରଳର ଫର୍ଟ କୋଚିରେ ଥିବା ପାତାଲମ ରୋଡରେ ସେ ଏକ ଚା ଦୋକାନ କରିଛନ୍ତି । କେବଳ ତାଙ୍କ ଚେହେରା ରଜନୀକାନ୍ତଙ୍କ ଭଳି ନୁହେଁ, ସେ ରଜନୀକାନ୍ତଙ୍କ ମିମିକିରି ମଧ୍ୟ ବେଶ ଭଲ ଭାବେ କରିପାରନ୍ତି । ଯେଉଁଥି ପାଇଁ ସମସ୍ତେ ତାଙ୍କୁ ରଜନୀକାନ୍ତ ବୋଲି ଭାବି ନିଅନ୍ତି । ନିକଟରେ ତାଙ୍କର ଏହି ଭିଡିଓକୁ ଜଣେ ଏକ୍ସ ହ୍ୟାଣ୍ଡଲର “ଡେସ୍ପୋଟର୍ସ ଆକାଉଣ୍ଟ” ଶେୟାର କରିଥିଲେ । ଯାହା ବର୍ତମାନ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ସମସ୍ତେ ଉକ୍ତ ଭିଡିଓ ଦେଖି ବ୍ୟକ୍ତି ଜଣଙ୍କୁ ରଜନୀକାନ୍ତ ବୋଲି ଭାବି ଦ୍ୱନ୍ଦ୍ୱରେ ପଡିଛନ୍ତି ।

 

View this post on Instagram

 

A post shared by @sudhakara_prabhu_rayan

Get real time updates directly on you device, subscribe now.