fbpx
BSKY
BJD SHG SKY
BJD YOUTH SKY

ଆଉ ନାହାନ୍ତି ପ୍ରସିିଦ୍ଧ ଅଭିନେତ୍ରୀ ତବସୁୁମ: ୭୮ ବର୍ଷ ବୟସରେ ଦୁନିଆରୁ ନେଲେ ବିଦାୟ

ନୂଆଦିଲ୍ଲୀ: ପ୍ରସିଦ୍ଧ ଅଭିନେତ୍ରୀ ଏବଂ ଟକ୍ ସୋ ହୋଷ୍ଟ ତବସୁମଙ୍କ ପ୍ରଶଂସକଙ୍କ ପାଇଁ ଏକ ଦୁଃଖଦ ଖବର ଆସିଛି । ତବସୁମ ୭୮ ବର୍ଷ ବୟସରେ ଦୁନିଆରୁ ସବୁଦିନ ପାଇଁ ବିଦାୟ ନେଇଛନ୍ତି । ଖବର ଅନୁଯାୟୀ, ତବସୁମଙ୍କର ହୃଦଘାତ ହୋଇଥିଲା । ଯେଉଁଥିପାଇଁ ତାଙ୍କୁ ଶୀଘ୍ର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା କିନ୍ତୁ ଅଭିନେତ୍ରୀ ଡାକ୍ତରଖାନାରେ ମୃତ୍ୟୁ ବରଣ କରିଥିଲେ । ତବସୁମଙ୍କ ମୃତ୍ୟୁ ଖବରରେ ବଲିଉଡ ଜଗତରେ ଶୋକର ଛାୟା ଖେଳି ଯାଇଛି । ଏବଂ ସମସ୍ତେ ସୋସିଆଲ ମିଡିଆରେ ପ୍ରସିଦ୍ଧ ସ୍ୱର୍ଗତ ଅଭିନେତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି ।

ତେବେ ତବସୁମଙ୍କ ଦେହାନ୍ତ ଖବର ଦ୍ୱାରା କେବଳ ବଲିଉଡ ନୁହେଁ ବରଂ ତାଙ୍କ ପ୍ରଶଂସକମାନେ ମଧ୍ୟ ଅଭିନେତ୍ରୀଙ୍କ ପୁରୁଣା ସୋ ଏବଂ ସିନେମାରେ ତାଙ୍କର ଅବଦାନକୁ ମନେ ପକାଇ ଭାବପ୍ରବଣ ହେଉଛନ୍ତି । ଜଣେ ୟୁଜର ଲେଖିଛନ୍ତି, ଏହା ଅତ୍ୟନ୍ତ ଦୁଃଖଦ ଖବର … ଆମେ ତାଙ୍କ ଷ୍ଟାଇଲ ଏବଂ ପର୍ସନାଲିଟିର ପ୍ରଶଂସକ ଥିଲୁ । ଅନ୍ୟ ଜଣେ ୟୁଜର ତାଙ୍କ ଦେହାନ୍ତରେ ଲେଖିଛନ୍ତି- ଏହା ବହୁତ ଦୁଃଖର ଘଟଣା ଘଟିଛି ଓମ ଶାନ୍ତି ।

ତବସୁମ ଶିଶୁ ଅଭିନେତ୍ରୀ ଭାବରେ ବଲିଉଡରେ ପ୍ରବେଶ କରିଥିଲେ । ତବସୁମଙ୍କ ପ୍ରଥମ ଚଳଚ୍ଚିତ୍ର ୧୯୪୭ ମସିହାରେ ଆସିଥିଲା, ଯାହାର ନାମ ଥିଲା ‘ମେରା ସୁହାଗ’ । ଏହା ପରେ ‘ମଜଧାର’, ‘ବଡ଼ିି ବେହେନ’, ‘ଦିଦାର’ ଏବଂ ‘ବୈଜୁ ବାୱାରା’ ସାମିଲ ଥିଲା । ଚଳଚ୍ଚିତ୍ରରେ ଖ୍ୟାତି ଲାଭ କରିବା ପରେ ତବସୁମ ଏକ ଟକ୍ ସୋ ମଧ୍ୟ ଆୟୋଜନ କରିଥିଲେ । ଏହି ଟକ୍ ସୋ ବହୁତ ପ୍ରସିଦ୍ଧ ହୋଇଥିଲା, ଯାହାର ନାମ ‘ଫୁଲ୍ ଖିଲେ ହେଁ ଗୁଲଶନ୍ ଗୁଲଶନ୍’ । ଏହି ଟକ୍ ସୋ ୧୯୭୨ ରୁ ୧୯୯୩ ପର୍ଯ୍ୟନ୍ତ ପ୍ରାୟ ୨୧ ବର୍ଷ ଧରି ଟେଲିଭିଜନରେ ପ୍ରସାରିତ ହୋଇଥିଲା । ଅନେକ ବଲିଉଡ ତାରକା ଏହି ଟକ୍ ସୋରେ ଯୋଗଦେଇ ସେମାନଙ୍କ ଜୀବନ ବିଷୟରେ ଅନେକ ଖୁଲାସା କରିଥିଲେ । ଏହି ଶୋ ପରେ, ତବସୁମ ୧୯୮୫ ମସିହାରେ ପ୍ରଥମ ଚଳଚ୍ଚିତ୍ର ଲେଖିଥିଲେ, ଯାହାର ନାମ ‘ତୁମ ପର ହମ କୁର୍ବାନ’ । ଏହା ପରେ ସେ ୨୦୦୬ ମସିହାରେ ‘ପ୍ୟାର କେ ଦୋ ନାମ ଏକ ରାଧା ଓøର ଶ୍ୟାମ’ରେ ନଜର ଆସିଥିଲେ ।

Get real time updates directly on you device, subscribe now.