fbpx
BSKY
BJD SHG SKY
BJD YOUTH SKY

ବଡ଼ ଦୁଃଖ ଖବର: ପ୍ରସିଦ୍ଧ କବି ମୁନୱର ରାଣାଙ୍କ ପରଲୋକ

ନୂଆଦିଲ୍ଲୀ: ଆସିଛି ଏକ ବଡ଼ ଦୁଃଖ ଖବର । ପ୍ରସିଦ୍ଧ କବି ମୁନୱର ରାଣାଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘଦିନ ଧରି ଅସୁସ୍ଥ ରହିଥିଲେ । ମୁନୱରଙ୍କ ମୃତ୍ୟୁ ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଶୋକ ପ୍ରକାଶ କରିବା ସହିତ ତାଙ୍କର ପ୍ରଶଂସକଙ୍କ ମଧ୍ୟରେ ନିରାଶା ଖେଳିଯାଇଛି ।

ସୂଚନା ମୁତାବକ, ବିଶିଷ୍ଟ କବି ମୁନୱର ଆଉ ନାହାନ୍ତି । ୭୧ ବର୍ଷ ବୟସରେ ତାଙ୍କର ବିୟୋଗ ଘଟିଥିବା ଜଣାପଡ଼ିଛି । ସେ ଦୀର୍ଘଦିନ ଧରି ଅସୁସ୍ଥ ରହିଥିବାରୁ ପିଜିଆଇରେ ତାଙ୍କର ଚିକିତ୍ସା ଚାଲିଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ଜଣାପଡ଼ିଛି । ବିଳମ୍ବିତ ରାତିରେ ହାର୍ଟ ଆଟାକରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୁନୱରଙ୍କ ମୃତ୍ୟୁରେ ତାଙ୍କର ପରିବାରରେ ଶୋକର ଛାୟା ଖେଳିଯାଇଛି ।

ମୁନୱର ଜଣେ ଊର୍ଦ୍ଦୁ କବି ଭାବେ ବେଶ୍ ଜଣାଶୁଣା ଥିଲେ । ସେ ୨୦୧୪ ମସିହାରେ ତାଙ୍କର ସାରସ୍ୱତ କୃତି ‘ଶହଦବା’ ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ସେ ୧୯୫୨ ମସିହା ନଭେମ୍ବର ମାସ ୨୬ ତାରିଖରେ ଉତ୍ତରପ୍ରଦେଶର ରାଏବରେଲିରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତାଙ୍କ ନାମ ଅନୱର ରାଣା ଓ ମାତାଙ୍କ ନାମ ଆୟେଶା ଖାତୁନ । ପରିବାରରେ ତାଙ୍କର ୫ ଜଣ ସନ୍ତାନ ରହିଛନ୍ତି । ତାଙ୍କର ମୃତ୍ୟୁରେ ସାହିତ୍ୟ ଜଗତରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ।

Get real time updates directly on you device, subscribe now.