fbpx

ରାଜନୀତିର ପଶା ପାଲିରେ ଛନ୍ଦି ହୋଇ ପ୍ରଧାନମନ୍ତ୍ରୀ ହୋଇପାରିନଥିଲେ, କିନ୍ତୁ ଆଜି ଘରେ ଘରେ ନେତାଜୀ ଭାବେ ପରିଚିତ

ଓଡିଶା ଭାସ୍କର: ୧୮୯୭ ମସିହା ଜାନୁଆରୀ ୨୩ ତାରିଖ ଦିନ ଓଡ଼ିଶାର କଟକ ସହରଠାରେ ଜନ୍ମ ନେଇଥିଲେ ନେତାଜୀ ସୁବାଷ ଚନ୍ଦ୍ର ବୋଷ । ଭାରତର ସ୍ୱାଧୀନତା ଆନ୍ଦୋଳନରେ ଥିଲା ତାଙ୍କର ପ୍ରମୁଖ ଭୂମିକା। ଜଣେ ବିଶ୍ୱନେତା ବା ଜଣେ କ୍ରାନ୍ତିକାରୀ ନେତା ଭାବରେ ସେ ବିଶ୍ୱର କୋଣ ଅନୁକୋଣରେ ପରିଚିତ। ସଂଗ୍ରାମୀ ସୁଭାଷ ବୋଷ ଚାହିଁଥିଲେ ଦେଶର ପୂର୍ଣ୍ଣ ସ୍ୱାଧୀନତା। ଯେତେବେଳେ ସାରା ଦେଶ ଇଂରେଜଙ୍କ ନାଲି ଆଖିକୁ ଡରୁଥିଲା ସେତେବେଳେ ସେ ଗୋଲାମୀର ବିରୁଦ୍ଧରେ ଲଢ଼ିବାକୁ ଆଗେଇ ଆସିଥିଲେ। ଯାହାକୁ ନେଇ ବର୍ଲିନଠାରେ ଏକ ମୁକ୍ତ ଭାରତ କେନ୍ଦ୍ର ଉନ୍ମୋଚନ କରିଥିଲେ ନେତାଜୀ ଓ ଜର୍ମାନୀ ମାଟିରେ ଫ୍ରି ଇଣ୍ଡିଆ ଆର୍ମି ଗଠନ କରିଥିଲେ।

ସୁଦୂର ବର୍ଲିନରୁ ଆଜାଦ ହିନ୍ଦ ରେଡିଓ ମାଧ୍ୟମରେ ଭାରତବାସୀଙ୍କୁ ସଂଗ୍ରାମ ପାଇଁ ଆହ୍ୱାନ ଦେଇଥିଲେ । “ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି” ଆହ୍ୱାନରେ ସମସ୍ତଙ୍କୁ ଏକଜୁଟ କରିଥିଲେ । କୁହାଯାଏ ଯେ, ରାଜନୀତିର ପଶା ପାଲିରେ ଛନ୍ଦି ହୋଇଯାଇଥିଲେ ସୁବାଷ ଚନ୍ଦ୍ର ବୋଷ। ଯେଉଁଥିପାଇଁ ସେ ଦେଶର ପ୍ରଧାନମନ୍ତ୍ରୀ ହୋଇପାରିନଥିଲେ। ଯଦି ସେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥାନ୍ତେ ତାହେଲେ ଆଜି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଭାରତ ହିଁ ହୋଇଥାନ୍ତା। ଏହା ସହ ବିଶ୍ୱର କୌଣସି ଦେଶ ବି ଭାରତ ବିପକ୍ଷରେ ଲଢ଼ିବାକୁ ସାହସ କରିନଥାନ୍ତେ। ଯୁଦ୍ଧ କରିବା ଆଗରୁ ସମସ୍ତଙ୍କ ମନରେ କେବଳ ଗୋଟିଏ କଥା ଆସିଥାନ୍ତା ଯେ, ଯଦି ଆମେ ତାଙ୍କୁ ଗୋଟିଏ ଚାପୁଡ଼ା ମାରିବା ତାହେଲେ ସେ ଆମକୁ ୨ଟା ଚାପୁଡ଼ା ମାରିବେ। ଅର୍ଥାତ ଯଦି କେହି ଆମକୁ ଇଟା ପକାଇବାକୁ ଚେଷ୍ଟା କରେ ତାହାର ଜବାବରେ ଭାରତ ପଥର ନୁହେଁ ବରଂ ବୋମା ହିଁ ପକାଇବ। ତେବେ ଏଭଳି କିଛି ଚିନ୍ତାଧାରାକୁ ନେଇ ଜଣେ ଭାରତ ମା’ର ବୀର ସନ୍ତାନ ଭାବେ ଲଢେଇ କରୁଥିଲେ ସୁବାଷ ବୋଷ । ସେ ଦେଶର ପ୍ରଧାନମନ୍ତ୍ରୀ ହୋଇ ପାରିନଥିଲେ ସତ କିନ୍ତୁ ଆଜି ବି ସେ ପ୍ରତ୍ୟେକ ଘରେ ଘରେ ନେତାଜୀ ଭାବେ ପରିଚିତ। ‘ଜୟ ହିନ୍ଦ”।

Get real time updates directly on you device, subscribe now.