fbpx
BSKY
BJD SHG SKY
BJD YOUTH SKY

ତାଞ୍ଜାନିଆର ଏକ ଖଣିରେ ଭୂସ୍ଖଳନ, ୨୨ ମୃତ

ଡୋଡୋମା: ତାଞ୍ଜାନିଆର ସିମିୟୁ ଅଂଚଳ ସ୍ଥିତ ବାରିଆଡ଼ି ଜିଲ୍ଲାରେ ଏକ ଖଣିରେ ଭୂସ୍ଖଳନ ଯୋଗୁଁ ୨୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଖବର ପାଇ ସିମିୟୁ ଆଞ୍ଚଳିକ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ପାଇଁ ଆସିଥିଲେ । ତେବେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଥିବା ବେଳେ ସମସ୍ତ ଆହତଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଏହା ସହ ସମସ୍ତ ୨୨ ଜଣଙ୍କର ଶବ ଜବତ କରିଥିବା ସୂଚନା ମିଳିଛି । ତେବେ ପ୍ରବଳ ବର୍ଷା କାରଣରୁ ପାହାଡ଼ ଧସିଥିବା କୁହାଯାଉଛି ।

ସିମିୟୁ ଆଞ୍ଚଳିକ ଅଗ୍ନିଶମ ଏବଂ ଉଦ୍ଧାରକାରୀ ଟିମର କମାଣ୍ଡରଙ୍କ ଦେଇଥିବା ସୂଚନା ଅନୁସାରେ ଜାନୁଆରୀ ୧୩ରେ ସ୍ଥାନୀୟ ସମୟ ସକାଳ ୧୧ଟାରେ ବାରିଆଡ଼ି ଜିଲ୍ଲାର ଏକ ଖଣିରେ ଭୂସ୍ଖଳନ ହୋଇଥିଲା । ଏହା ପରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିିଥିଲା । ତେବେ ୨ ଦିନ ଧରି ଉଦ୍ଧାର କାର୍ଯ୍ୟ ଜାରି ରହିବା ପରେ ୨୨ ଜଣଙ୍କର ମୃତ ଦେହ ଉଦ୍ଧାର କରାଯାଇଥିଲା । ଏହି ଘଟଣାରେ ତାଞ୍ଜାନିଆର ରାଷ୍ଟ୍ରପତି ସାମିଆ ସୁଲୁହୁ ହାସନ ଦୁଃଖ ପ୍ରକାଶ କରିଛନ୍ତି । ବର୍ତ୍ତମାନ ଖଣିକୁ ବନ୍ଦ କରିଦିଆଯାଇଛି ।

Get real time updates directly on you device, subscribe now.