fbpx

ମଥାମଣିକୁ ଟାଣି ବାହାର କରିଦେଲେ ପ୍ରଶଂସକ; ୧୭୬ କୋଟି ଖର୍ଚ୍ଚରେ ଅଶ୍ୱତ୍ଥମା ହେଲେ ଗାୟକ

ନୂଆଦିଲ୍ଳୀ: ନିଜ ମୁଣ୍ଡରେ ଲଗାଉଥିବା ମଥାମଣିକୁ ଫ୍ୟାନ ମାନେ ଟାଣି ବାହାର କରିଥିବା ବେଳେ ପୁନର୍ବାର ଏହାକୁ ଲଗାଇଛନ୍ତିି ଗାୟକ ଲିଲ ଉଜି ଭର୍ଟ । ଏହି ଲୋକପ୍ରିୟ ରାପରଙ୍କ ମୁଣ୍ଡରେ ଲାଗିଥିବା ଗୋଲାପୀ ହୀରାକୁ ଫ୍ୟାନ ମାନେ ଏକ ଶୋ ସମୟରେ ଟାଣି ବାହାର କରି ଦେଇଥିବା ବେଳେ ପୁନର୍ବାର ୧୭୬କୋଟି ଟଙ୍କା ଖର୍ଚ୍ଚ କରି ଏହାକୁ ପ୍ରତିରୋପଣ କରିଛନ୍ତି ଏହି ଷ୍ଟାର ରାପର ।
ଏକ ମ୍ୟୁଜିକ ଫେଷ୍ଟିଭାଲରେ ଦର୍ଶକଙ୍କ ଉପରକୁ ଡେଇଁ ପଡିଥିଲେ ଲିଲ ଉଜି ଭର୍ଟ । ଏହି ସମୟରେ ଫ୍ୟାନଙ୍କ ଟଣାଟଣିରେ ତାଙ୍କ ମୁଣ୍ଡରୁ ଏହି ମଣିଟି ଖସି ପଡିଥିଲା । ରୋଲିଂ ଲାଉଡ ମିଆମି ୨୦୨୧ ସମୟରେ ଏହି ଘଟଣା ଘଟିଥିବା ନେଇ ଲିଲ ସୂଚନା ଦେଇଛନ୍ତି । ଏହା ସହିତ ମୁଣ୍ଡରୁ ଖସିଥିବା ହୀରାର ମୂଲ୍ୟ ୨୪ ମିଲିୟନ ଡଲାର ବା ଭାରତୀୟ ମୁଦ୍ରାରେ ୧୭୬ କୋଟି ଟଙ୍କା ହେବ । ଏହି ହୀରା ସହିତ ନିଜର ଇନଷ୍ଟା ପଦାର୍ପଣ କରିଥିଲେ ଗାୟକ । ବର୍ତ୍ତମାନ ଇନଷ୍ଟାରେ ତାଙ୍କର ୧୩ ମିଲିୟନ ଫଲୋଅର ରହିଛନ୍ତି ।

Get real time updates directly on you device, subscribe now.