fbpx

ଟମାଟୋ ଚାଷରେ ହୋଇପାରିବେ ଲାଭବାନ, ତିନିଗୁଣା ହୋଇପାରିବ ଆୟ

ଭାରତରେ ଅଧିକାଂଶ ଲୋକ କୃଷି ଉପରେ ନିର୍ଭର କରିଥାନ୍ତି । ଗ୍ରାମୀଣ ଅଞ୍ଚଳରେ ରହୁଥିବା ଲୋକେ କୃଷିକାର୍ଯ୍ୟ କରି ପେଟ ପୋଷିଥାନ୍ତି । କିନ୍ତୁ ଏହାପରେ ମଧ୍ୟ ଭାରତର କୃଷକଙ୍କ ଆର୍ଥିକ ସ୍ଥିତି ଠିକ୍ ନାହିଁ । ଏଠାରେ ଚାଷ-କୃଷକଙ୍କୁ ଲାଭ ଦେଇନଥିବା କାମ ବୋଲି ମଧ୍ୟ କୁହାଯାଏ । ଚାଷରେ ଲାଭ ହେଉନଥିବା କାରଣରୁ ଅନେକ କୃଷକ ନିଜ ଗାଁ ଛାଡ଼ି ସହରକୁ ଚାଲିଯାଉଛନ୍ତି । କିନ୍ତୁ ଅନେକ ଫସଲ ରହିଛି, ଯାହାକୁ ଠିକ୍ ଭାବରେ କଲେ ଚାଷୀ ମାଲାମାଲ ହୋଇପାରିବ । କୃଷକଙ୍କ ପାଇଁ ଟମାଟୋ ମଧ୍ୟ ଭଲ ଆୟ ଦେଇଥାଏ ।

ଟମାଟୋର ଚାଷ ଠିକ୍ ଭାବରେ ଚାଷ କରାଗଲେ ଏଥିରେ ଭଲ ଆୟ ହୋଇପାରିବ । ଏକ ହେକ୍ଟର ଜମିରେ ୮୦୦-୧୨୦୦ କ୍ୱିଣ୍ଟାଲ ଟମାଟୋ ଚାଷ ହୋଇପାରିବ । ଅଲଗା ଅଲଗା କିସମର ଟମାଟୋର ଉତ୍ପାଦନ ଅଲଗା ଅଲଗା ହୋଇଥାଏ । ଏମିତିରେ ବି ଅନେକ ସମୟରେ ଟମାଟୋର ରେଟ ଅଧିକ ହୋଇନଥାଏ । କିନ୍ତୁ ଯଦି ବଜାରରେ ଟମାଟୋ ପ୍ରତି କିଲୋ ୧୦ ଟଙ୍କାରେ ବିକ୍ରି ହେଉଛି ଏବଂ ଆପଣ ପ୍ରାୟ ୧୦୦୦ କ୍ୱିଣ୍ଟାଲ ଉତ୍ପାଦନ କରିଛନ୍ତି ତେବେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରିପାରିବେ ।

ଏହାର ଚାଷ କରିବା ପାଇଁ ଆପଣଙ୍କୁ ନର୍ସରୀ ପ୍ରସ୍ତୁତ କରିବାକୁ ହୁଏ । ଏକମାସ ମଧ୍ୟରେ ଟମାଟୋ ଗଛ ପ୍ରସ୍ତୁତ ହୋଇଥାଏ । ଏକ ହେକ୍ଟରରେ ପ୍ରାୟ ହଜାର ଗଛ ଲଗାଯାଇପାରିବ । ଏହାର ପ୍ରାୟ ୨-୩ ମାସ ପରେ ଫଳ ଆସିବା ଆରମ୍ଭ ହୋଇଥାଏ । ଟମାଟୋ ଫସଲ ୯-୧୦ ମାସ ପର୍ଯ୍ୟନ୍ତ ହୋଇଥାଏ ।

ଟମାଟୋ ଚାଷ ପାଇଁ ଉକ୍ରୃଷ୍ଟ ଏହି ମାଟି:

ଟମାଟୋ ଫସଲ ପାଇଁ ପଟୁମାଟି ଉକ୍ରୃଷ୍ଟ ହୋଇଥାଏ । କଳା ପଟୁମାଟି, ବାଲିଆ ପଟୁମାଟି ଏବଂ ଲାଲ ପଟୁମାଟିରେ ଏହି ଚାଷ ଭଲ ହୋଇଥାଏ । ସାଧାରଣ ଭାବରେ ହାଲୁକା ମାଟିରେ ମଧ୍ୟ ଭଲ ହୋଇଥାଏ । ଏଥିପାଇଁ ମାଟିର ପିଏଚ ୭ ରୁ ୮.୫ ହେବା ଦରକାର ।

ଏହି ସମୟରେ କରନ୍ତୁ ପାଣି ସିଞ୍ଚନ:

ଯଦି ଆପଣ ଖରାଦିନେ ଟମାଟୋ ଲଗାଇଛନ୍ତି ତେବେ ୬-୭ ଦିନ ମଧ୍ୟରେ ସିଞ୍ଚନ କରନ୍ତୁ । ଶୀତରେ ଟମାଟୋ ଚାଷ କରୁଛନ୍ତି ତେବେ ୧୦-୧୫ ଦିନ ରେ ସିଞ୍ଚନ କରନ୍ତୁ ।

ଏହାର ପ୍ରକ୍ରିୟା:

ଟମାଟୋ ଚାଷ କରୁଥିବା ଜମିକୁ ପ୍ରଥମେ ଭଲଭାବରେ  ୩-୪ ଥର ହଳ କରିଦିଅନ୍ତୁ । ଏହା ପରେ ମାଟି ସମତଳ କରି ୨୫୦-୩୦୦ କ୍ୱିଣ୍ଟାଲ ପ୍ରତି ହେକ୍ଟରରେ ଗୋବର ଖତ ମିଶାନ୍ତୁ ଏବଂ ପୁଣି ଥରେ ହଳ କରି ମାଟିରେ ଖତକୁ ଭଲଭାବରେ ମିଶାଇ ଦିଅନ୍ତୁ ଏବଂ ଘାସ, ଅନାବନା ଗଛ ଆଦି ଭଲ ଭାବରେ ଅଲଗା କରିଦିଅନ୍ତୁ । ଏହାପରେ ଟମାଟୋ ଗଛକୁ ୬୦ ରୁ ୪୫ ସେଣ୍ଟିମିଟର ଦୂରରେ ରୋପଣ କରନ୍ତୁ ।

 

Get real time updates directly on you device, subscribe now.