-
World 95,332,587
WorldConfirmed: 95,332,587Active: 25,252,000Recovered: 68,043,322Death: 2,037,265 -
USA 24,421,541
USAConfirmed: 24,421,541Active: 9,624,116Recovered: 14,390,716Death: 406,709 -
India 10,572,672
IndiaConfirmed: 10,572,672Active: 209,519Recovered: 10,210,697Death: 152,456 -
Brazil 8,460,244
BrazilConfirmed: 8,460,244Active: 861,951Recovered: 7,388,784Death: 209,509 -
Russia 3,568,209
RussiaConfirmed: 3,568,209Active: 542,212Recovered: 2,960,431Death: 65,566 -
UK 3,395,959
UKConfirmed: 3,395,959Active: 1,771,962Recovered: 1,534,736Death: 89,261 -
Turkey 2,387,101
TurkeyConfirmed: 2,387,101Active: 100,240Recovered: 2,262,864Death: 23,997 -
Italy 2,381,277
ItalyConfirmed: 2,381,277Active: 553,374Recovered: 1,745,726Death: 82,177 -
Germany 2,049,952
GermanyConfirmed: 2,049,952Active: 330,515Recovered: 1,672,000Death: 47,437 -
Pakistan 519,291
PakistanConfirmed: 519,291Active: 34,701Recovered: 473,639Death: 10,951 -
China 88,227
ChinaConfirmed: 88,227Active: 1,205Recovered: 82,387Death: 4,635
ନୂଆଦିଲ୍ଲୀ, ୫ା୧୨ (ଓଡିଶା ଭାସ୍କର):କେନ୍ଦ୍ର ସରକାର ଓ କୃଷକଙ୍କ ଆଲୋଚନା ଶେଷ ହୋଇଛି ।ମାତ୍ର ଆଜିବି ବାହାରିଲାନି କୌଣସି ନିସ୍କର୍ଷ । ଡିସେମ୍ବର ୯ରେ ପୁଣି ହେବ ଆଲୋଚନା । ସୂଚନା ଯୋଗ୍ୟ ଯେ କୃଷି ଆଇନକୁ ବିରୋଧ କରି ନୂଆଦିଲ୍ଲୀରେ କୃଷକମାନେ ଚଳାଇଥିବା ଆନ୍ଦୋଳନ କେନ୍ଦ୍ର ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଲାଣି । ଶନିବାର କେନ୍ଦ୍ର ସରକାର ଓ କୃଷକଙ୍କ ମଧ୍ୟରେ ଚାଲିଥିବା ଆଲୋଚନାରୁ ଆନ୍ଦୋଳନ ବନ୍ଦ ହେବା ନେଇ କୌଣସି ନିସ୍କର୍ଷ ବାହାରି ପାରିନାହିଁ । କୃଷକଙ୍କ ପ୍ରତିନିଧି ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଏହା ପଞ୍ଚମ ବୈଠକ ହୋଇଥିଲେ ମଧ୍ୟ ସମାଧାନର କୌଣସି ରାସ୍ତା ବାହାରି ନପାରିବା ଚିନ୍ତାର ବିଷୟ ପାଲଟିଲାଣି । ୯ରେ ପରବର୍ତ୍ତି ବୈଠକ ହେବ । ଅନ୍ୟପଟେ କୃଷକ ସଙ୍ଗଠନଗୁଡ଼ିକ ପକ୍ଷରୁ ଚଳିତ ମାସ ୮ ତାରିଖରେ ଭାରତ ବନ୍ଦ ଡାକରା ଦିଆଯାଇଥିବା ବେଳେ ଏହା ପୂର୍ବରୁ ବିବାଦର ସମାଧାନ ହୋଇଯିବ ବୋଲି ସମସ୍ତେ ଆଶା କରିଥିଲେ । କିନ୍ତୁ ଶନିବାରର ଏହି ବୈଠକରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋଏଲ ଓ ଅନ୍ୟ ସରକାରୀ ଅଧିକାରୀମାନେ ଉପସ୍ଥିତ ଥିବା ବେଳେ ଆନ୍ଦୋଳନରତ କୃଷକଙ୍କ ପକ୍ଷରୁ ୪୦ରୁ ଉର୍ଦ୍ଧ ପ୍ରତିନିଧି ଯୋଗ ଦେଇଥିଲେ । ବୈଠକ ଆରମ୍ଭରୁ କୃଷକ ପ୍ରତିନିଧିଙ୍କୁ ସମ୍ବୋଧିତ କରି କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଥିଲେ ଯେ, କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ହୋଇଥିବା କୃଷି ବିଲ୍ ସଂଶୋଧନ କରାଯାଇପାରେ, ମାତ୍ର ସମ୍ପୁର୍ଣ୍ଣ ବିଲ୍ କୁ ପ୍ରତ୍ୟାହାର କରାଯାଇ ପାରିବ ନାହିଁ । କିନ୍ତୁ ବୈଠକରେ ଉପସ୍ଥିତ ଥିବା କୃଷକ ନେତାମାନେ ବିଲ୍ କୁ ସମ୍ପୂର୍ଣ୍ଣଭାବେ ପ୍ରତ୍ୟାହାର କରିବା ଦାବିରେ ଅଡି ବସିଛନ୍ତି । ଫଳରେ ଏହି ବୈଠକ ପୁଣି ବିଫଳ ହୋଇଛି । ସେହିପରି ଅନ୍ୟ ବୈଠକଗୁଡ଼ିକ ପରି ଏହି ବୈଠକରେ ମଧ୍ୟ କୃଷକ ପ୍ରତିନିଧିମାନେ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଖାଦ୍ୟକୁ ଗ୍ରହଣ ନକରି ନିଜେ ଆଣିଥିବା ଖାଦ୍ୟ ଖାଇଥିଲେ । ଅନ୍ୟପଟେ ଦିଲ୍ଲୀରେ କୃଷକ ସଙ୍ଗଠନଗୁଡ଼ିକ ଚଳାଇଥିବା ଆନ୍ଦୋଳନ ଶନିବାର ଦଶମ ଦିନରେ ପହଞ୍ଚିଛି । ଆଗକୁ ଏହି ଆନ୍ଦୋଳନ ବ୍ୟାପକ କରାଯିବ ବୋଲି କୃଷକ ସଙ୍ଗଠନଗୁଡ଼ିକ ପକ୍ଷରୁ ଚେତାବନୀ ଦିଆଯାଇଛି ।
Comments are closed.